ରାଜନୀତି

ନିର୍ବାଚନ ଆସିଲେ ଲଲିପପ୍ ଧରାନ୍ତି ନବୀନ ବାବୁ: କଂଗ୍ରେସ – Kalinga News

[ad_1]

ଝୋଟ ବ୍ୟାଗ୍ କେଉଁ କମ୍ପାନି ଦେବ ସେ ତଥ୍ୟ ଦିଅନ୍ତୁ ରାଜ୍ୟ ସରକାର

ଭୁବନେଶ୍ବର: ୨୪ବର୍ଷ ଧରି ନିରନ୍ତର କ୍ଷମତାରେ ରହିବା ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କୌଣସି ଠୋସ୍ ନିଷ୍ପତ୍ତି ନେଇନାହାନ୍ତି। ରାଜ୍ୟର ୧୮-୪୦ ବର୍ଷର ବୟସର ଏକ ବଡ଼ ବର୍ଗ ଅବହେଳିତ ହୋଇ ରହିଛନ୍ତି। ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁଙ୍କ ଯୁବକ, କୃଷକ ଓ ଅନ୍ୟ ଅ‌ବହେଳିତ ବର୍ଗଙ୍କ କଥା ମନେ ପଡ଼େ ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଲେ, ଗତକାଲି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ରେ ୨୭ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ତହିଁରୁ ‘ସ୍ବୟମ’ ଯୋଜନା ଅନ୍ୟତମ। ଏହି ଯୋଜନାରେ ରାଜ୍ୟର ଯୁବକଯୁବତୀ ସ୍ବାବଲମ୍ବୀ ହୋଇ ରୋଜଗାରକ୍ଷମ ହେବା ପାଇଁ ୧ଲକ୍ଷ ଟଙ୍କା ବ୍ୟାଙ୍କ ଜରିଆରେ ଋଣ ପାଇପାରିବେ। ୧ଲକ୍ଷ ଟଙ୍କାରେ ଚା’ ଓ ପକୁଡ଼ି ଦୋକାନ ଛଡ଼ା ଅନ୍ୟ କ’ଣ ବ୍ୟବସାୟ ହୋଇପାରିବ ? ନିର୍ବାଚନ ପୂର୍ବରୁ ଯୁବବର୍ଗଙ୍କ ଭୋଟ ହାତେଇବା ପାଇଁ ଏହା ଆଉ ଏକ ଲଲିପପ୍। ରାଜ୍ୟ ସରକାର ପ୍ରତିବର୍ଷ ୨ଲକ୍ଷ ଚାକିରି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ୧୦ବର୍ଷ ପରେ ଏ ପ୍ରତିଶ୍ରୁତି ପାଣିକୁ ଗଲା। ୨୪ବର୍ଷ ଭିତରେ ରାଜ୍ୟରେ ଗୋଟିଏ ହେଲେ ବି କୃଷିଭିତ୍ତିକ ଶିଳ୍ପ ସରକାର ପ୍ରତିଷ୍ଠା କରିନାହାନ୍ତି। ଚଣ୍ଡିଖୋଲରେ ଯେଉଁ ଝୋଟ ଶିଳ୍ପ କଂଗ୍ରେସ ସରକାର ସମୟରେ ଚାଲୁଥିଲା ତାକୁ ଏ ସରକାର ବନ୍ଦ କରିଦେଲେ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୯୬ଲକ୍ଷ ପରିବାରଙ୍କୁ ୧ହଜାର ଟଙ୍କା ଓ ଦୁଇଟି ବ୍ୟାଗ୍ ଦିଆଯିବ।

ଏଥିପାଇଁ ୨୭୮ କୋଟି ଟଙ୍କା ରାଜକୋଷରୁ କେବଳ ବିଜେଡିର ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହେବ। ବ୍ୟାଗ୍‌ରେ ୫-ଟି ଚିହ୍ନଟ ଓ ଶଙ୍ଖ ଚିହ୍ନକୁ ସ୍ଥାନିତ କରିବା ପାଇଁ ରାଜ୍ୟର ଗରିବଙ୍କ ଟଙ୍କାକୁ ଏଭଳି ଖର୍ଚ୍ଚ କରାଯାଉଥିବା ଶ୍ରୀ କାନୁନ୍‌ଗୋ ଅଭିଯୋଗ କରିଛନ୍ତି। ମୁଖପାତ୍ର ରଜନୀ ମହାନ୍ତି କହିଲେ, ନିର୍ବାଚନ ପାଖେଇ ଆସିଲେ ବିଜେଡି ଓ ନବୀନ ବାବୁ ରାଜ୍ୟର ଗରିବଙ୍କ ଅର୍ଥକୁ ବିଭିନ୍ନ ଅର୍ଥହୀନ ଯୋଜନା ପ୍ରଣୟନ କରି ରାଜନୈତିକ ଫାଇଦା ହାସଲ କରିବା ଲାଗି କାର୍ଯ୍ୟ କରୁଛନ୍ତି। ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ୨୦ଲକ୍ଷ ନିଯୁକ୍ତି ସୃଷ୍ଟି କରିବା କଥା। ହେଲେ ତାହା ହୋଇପାରିନାହିଁ। ୨୦୧୯ରେ ବିଜୁ ଯୁବ ବାହିନୀ ଗଠନ କରାଗଲା, କିନ୍ତୁ ଗୋଟିଏ ବର୍ଷ ପରେ ଏହାର ଦେଖା ମିଳିଲା ନାହିଁ। ୧୦ବର୍ଷ ଭିତରେ ରାଜ୍ୟର କୃଷକଙ୍କ ଆୟ ୩ଟଙ୍କା ବଢ଼ିନାହିଁ। ରାଜ୍ୟରେ ଝୋଟ ଶିଳ୍ପ ନାହିଁ, ସରକାର କେଉଁ କମ୍ପାନିରୁ ଝୋଟ ବ୍ୟାଗ ଆଣିବେ ତାହାର ଉତ୍ତର ରଖନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button