ଦେଶ- ବିଦେଶ
ଯୌନ ନିର୍ଯାତନା ମାମଲାରେ ଏଚଡି ରେବନ୍ନାଙ୍କ ଅନ୍ତରୀଣ ଜାମିନ ମଂଜୁର – Kalinga News

[ad_1]
ନୂଆଦିଲ୍ଲୀ: ଜେଡିଏସ୍ ବିଧାୟକ ଏବଂ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଏଚ୍ଡି ରେବନ୍ନାଙ୍କୁ ଗୁରୁବାର ବେଙ୍ଗାଲୁରୁ କୋର୍ଟ ଏକ ଯୌନ ନିର୍ଯାତନା ମାମଲାରେ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି। ଏପ୍ରିଲ ୨୮ ତାରିଖରେ ହାସନ ଜିଲ୍ଲାର ହୋଲେନରସିପୁର ଟାଉନ ଥାନାରେ ଏଚଡି ରେବନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ପୂର୍ବତନ ମନ୍ତ୍ରୀଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ୪୭ ବର୍ଷୀୟା ମହିଳା ରେବନ୍ନାଙ୍କ ପୁଅଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ। ତେବେ ଉକ୍ତ ଘଟଣାରେ ମାମଲା ରୁଜୁ ହେବାର ଦିନକ ପୂର୍ବରୁ ପ୍ରଜ୍ବଳ ରେବନ୍ନା ଏପ୍ରିଲ ୨୭ ତାରିଖରେ ଜର୍ମାନୀ ପଳାଇଥିଲେ। ତେବେ ବାପ-ପୁଅଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି। ଏସଆଇଟି ପ୍ରଜ୍ବଳ ରେବନ୍ନାଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲାର ଏସଆଇଟି ତଦନ୍ତ କରୁଛି।
[ad_2]