ଖେଳ ଖବର

ଟିମ୍ ଇଣ୍ଡିଆକୁ ବିସିସିଆଇର ଉପହାର: ଖେଳାଳିଙ୍କ ଉପରେ ଧନବର୍ଷା – Kalinga News

[ad_1]

କୋଲକାତା: ଟିମ୍ ଇଣ୍ଡିଆ ୧୧୨ ବର୍ଷ ପରେ ଧର୍ମଶାଳା ଟେଷ୍ଟରେ ଇଂଲଣ୍ଡର ରେକର୍ଡ ଭାଙ୍ଗିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଚାଲିଥିବା ପଞ୍ଚମ ଟେଷ୍ଟରେ ଭାରତ ଇଂଲଣ୍ଡକୁ ଗୋଟିଏ ଇନିଂସ ଏବଂ ୬୪ ରନରେ ଇଂଲଣ୍ଡକୁ ପରାଜିତ କରିଛି।
ଟିମ୍ ଇଣ୍ଡିଆ ସିରିଜକୁ ୪-୧ରେ ଜିତିଛି।
ଏହି ବିଜୟ ସହିତ ଡବ୍ଲୁଟିସି ପଏଣ୍ଟ ଟେବୁଲରେ ଟିମ୍ ଇଣ୍ଡିଆ ନିଜର ସ୍ଥିତି ସୁଦୃଢ଼ କରିଛି। ଏହି ବିଜୟ ନେଇ ବିସିସିଆଇଠାରୁ ଆରମ୍ଭ କରି କୋଚ୍ ସଭିଏଁ ଖୁସି ଅଛନ୍ତି। ଭାରତର ଐତିହାସିକ ବିଜୟ ପରେ ବିସିସିଆଇ ଟିମ୍ ଇଣ୍ଡିଆର ଖେଳାଳିଙ୍କ ପାଇଁ ବଡ଼ ଘୋଷଣା କରିଛି।

ବିସିସିଆଇ କହିଛି ଗୋଟିଏ ବର୍ଷରେ ୫୦ ପ୍ରତିଶତ ଟେଷ୍ଟର ଭାରତୀୟ ଦଳରେ ସାମିଲ ଥିବା ଖେଳାଳିଙ୍କୁ ମ୍ୟାଚ୍ ଫି ସହିତ ପ୍ରତି ମ୍ୟାଚ୍ ପିଛା ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୫୦ ପ୍ରତିଶତ ଟେଷ୍ଟରୁ ଅଧିକ ଖେଳିଥିବା ଖେଳାଳିଙ୍କୁ ମ୍ୟାଚ୍ ଫି ସହିତ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ୭୫ ପ୍ରତିଶତ ଟେଷ୍ଟ ଖେଳିଥିବା ଖେଳାଳିଙ୍କୁ ପ୍ରତି ମ୍ୟାଚ୍ ପିଛା ୨୨.୫ ଲକ୍ଷ ଏବଂ ୭୫ ପ୍ରତିଶତରୁ ଅଧିକ ଟେଷ୍ଟ ଖେଳିଥିବା ଖେଳାଳିଙ୍କୁ ମ୍ୟାଚ୍ ଫି ସହିତ ପ୍ରତି ମ୍ୟାଚ୍ ପିଛା ୪୫ ଲକ୍ଷ ଟଙ୍କା ମିଳିବ।
ବିସିସିଆଇ ସଚିବ ଜୟ ଶାହା ଟିମ୍ ଇଣ୍ଡିଆ ସିରିଜ ଜିତିବା ପରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଘୋଷଣାର ଉଦ୍ଦେଶ୍ୟ ହେଉଛି ଖେଳାଳିଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button