ସ୍ବାତୀ ମଲିୱାଲଙ୍କୁ କାହିଁକି ଚୁପ୍ କରାଗଲା? ପ୍ରଶ୍ନ ଉଠାଇଲା ବିଜେପି – Kalinga News

[ad_1]
ସ୍ବାତୀଙ୍କୁ ଭେଟିଲେ ସଂଜୟ ସିଂହ
ନୂଆଦିଲ୍ଲୀ: ଗତ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଏକ ହାଇ ଭୋଲ୍ଟେଜ ଡ୍ରାମା ହୋଇଥିଲା। ଆପ୍ ରାଜ୍ୟସଭା ସାଂସଦ ସ୍ବାତୀ ମଲିୱାଲଙ୍କୁ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହଯୋଗୀ ବିଭବ ମାଡ଼ ମାରିଛନ୍ତି ଏବଂ ତାହା ପୁଣି କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ହୋଇଛି ବୋଲି ସେ ପିସିଆର କଲ୍ରେ ଦାବି କରିଥିଲେ। ସ୍ବାତୀଙ୍କ ଅଭିଯୋଗ ପରେ ପୁଲିସ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପରେ ସେ ଏତଲା ରୁଜୁ କରିବାପାଇଁ ସିଭିଲ ଲାଇନ୍ସ ଥାନା ଯାଇଥିଲେ। କିନ୍ତୁ ରାଜ୍ୟସଭା ସାଂସଦ ସ୍ବାତୀ ସେଠାରୁ ଫେରି ଆସିଥିଲେ ଏବଂ କୌଣସି ଏତଲା ରୁଜୁ କରିନାହାନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
କୌଣସି ଫୋନ୍ କଲ୍ ପାଇ ସ୍ବାତୀ ଥାନା ଛାଡ଼ିଥିଲେ ବୋଲି ଦାବି ହୋଇଥିଲା। ଏହି ପ୍ରସଙ୍ଗରେ ଆପ୍ର ଅନ୍ୟଜଣେ ରାଜ୍ୟସଭା ସଦସ୍ୟ ସ୍ପଷ୍ଟ କରିଥିଲେ ବିଭବ କୁମାର ସ୍ବାତୀଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଦଳର ବରିଷ୍ଠ ନେତା ସଂଜୟ ସିଂହ ମଧ୍ୟ ଉକ୍ତ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶ ଏବଂ ସମାଜ ପାଇଁ ସ୍ବାତୀ ମଲିୱାଲଙ୍କ କାମକୁ ପ୍ରଶଂସା କରିଥିଲେ। ଆଜି ସ୍ବାତୀଙ୍କୁ ସଂଜୟ ସିଂହ ଭେଟିବା ପରେ କହିଛନ୍ତି ଯେ ଦଳ ଏହି ବିବାଦର ଖୁବ୍ଶୀଘ୍ର ସମାଧାନ କରିବ। ଏହି ମାମଲାରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, ଏକ ଗମ୍ଭୀର ମାମଲାରେ ଏଯାବତ ଅଭିଯୁକ୍ତକୁ ଗିରଫ କାହିଁକି କରାଗଲାନି ଏବଂ ସ୍ବାତୀ ମଲିୱାଲଙ୍କୁ ଚୁପ୍ କରିବାପାଇଁ କାହିଁକି ଚାପ ପକାଗଲା। ଅନ୍ୟପଟେ ପୁଲିସ କହିଛି ଯେ ଉକ୍ତ ମାମଲାରେ କୌଣସି ଏତଲା ରୁଜୁ ହୋଇନାହିଁ।
[ad_2]