ଖେଳ ଖବର

ଫେଡେରେସନ କପ୍‌: ନୀରଜଙ୍କୁ ସ୍ବର୍ଣ୍ଣ, କିଶୋର ଚତୁର୍ଥ – Kalinga News

[ad_1]

ଭୁବନେଶ୍ବର: ପ୍ରାୟ ୩ ବର୍ଷ ପରେ ଘରୋଇ ପଡ଼ିଆରେ ଖେଳୁଥିବା ଅଲିମ୍ପିକ୍ସ ଓ ବିଶ୍ବ ବିଜେତା ନୀରଜ ଚୋପ୍ରା ଫେଡେରେସନ କପ୍‌ରେ ସ୍ବର୍ଣ୍ଣ ପଦକ ଜିତିନେଇଛନ୍ତି। ଆଜି କଳିଙ୍ଗ ଷ୍ଟାଡିୟମ୍‌ରେ ଖଚାଖଚ୍‌ ଦର୍ଶକଙ୍କ ସମ୍ମୁଖରେ ତାଙ୍କ ଶ୍ରେଷ୍ଠ ଦେଇ ପାରି ନଥିଲେ ମଧ୍ୟ ଚତୁର୍ଥ ଥ୍ରୋରେ ସ୍ବର୍ଣ୍ଣ ପଦକ ନିଶ୍ଚିତ କରି ଦେଇଥିଲେ।‌ ହରିୟାଣା ଏହି ତାରକା ୮୨.୨୭ ମିଟର ଜାଭ୍‌ଲିନ୍‌ ପିଙ୍ଗି ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ପଛକୁ କର୍ଣ୍ଣାଟକର ଡିପି ମନୁ (୮୨.୦୬ ମିଟର) ଓ ଉତ୍ତମ ବା‌ଲାସାହେବ ପାଟିଲ (୭୮.୩୯ ମିଟର) ‌ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପାଇଥିଲେ। ଓଡ଼ିଆ ପୁଅ କିଶୋର ଜେନା ୭୫.୪୯ ମିଟର ସହ ଚତୁର୍ଥରେ ରହି ପଦକରୁ ବଞ୍ଚିତ ହୋଇଥିଲେ।

ଗତକାଲି ପ୍ରଥମ‌ ଥ୍ରୋରେ ନୀରଜ ୮୨ ମିଟର ଫିଙ୍ଗିଥିଲା ବେଳେ ମନୁ ୮୨.୦୬ ମିଟର ଫିଙ୍ଗି ତାଙ୍କ ଆଗରେ ରହିଥିଲେ। କିଶୋରଙ୍କ ପ୍ରଥମ ଥ୍ରୋ ବେକାର ଯାଇଥିଲା। ନୀରଜଙ୍କ ଦ୍ବିତୀୟ ଥ୍ରୋ ଫାଉଲ ହୋଇଥିଲା ‌ବେଳେ ତୃତୀୟରେ ୮୧.୨୯ ଏବଂ ଚତୁର୍ଥରେ ୮୨.୨୭ ମିଟର ଫିଙ୍ଗିଥିଲେ। ଏହା ପରେ ସେ ଆଉ ଥ୍ରୋ କରି ନଥିଲେ। ମନୁ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ସଫଳ ହୋଇପାରି ନଥିଲେ। ‌ ମନୁଙ୍କ ଦ୍ବିତୀୟ ଥ୍ରୋ ୭୭.୨୩, ତୃତୀୟ ୮୧.୪୩, ଚତୁର୍ଥ ୮୧.୪୭ ଏବଂ ଶେଷ ଦୁଇ ଥ୍ରୋ ଫାଉଲ ହୋଇଥିଲା। ଉତ୍ତମ ଯଥାକ୍ରମେ ୭୫.୫୫, ୭୩.୫୪, ୭୬.୧୭, ଫାଉଲ, ୭୮.୩୯, ୭୧.୪୮ ମିଟର ଫିଙ୍ଗିଥିଲେ। କିଶୋରଙ୍କ ୩ଟି ଥ୍ରୋ ଫାଉଲ ହୋଇଥିଲା ‌ବେଳେ ଅନ୍ୟ ୩ଟି ଯଥାକ୍ରମେ ୭୫.୪୯, ୭୩.୭୯ ଓ ୭୫.୨୫ ମିଟର ରହିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button