ଖେଳ ଖବର

ସିଲି ପଏଣ୍ଟ୍‌: ଗୋଏଙ୍କାଙ୍କ ସହ ରାହୁଲଙ୍କ ରାତ୍ରିଭୋଜନ – Kalinga News

[ad_1]

ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି) ମାଲିକ ସଂଜୀବ ଗୋଏଙ୍କା ସୋମବାର ରାତିରେ ଅଧିନାୟକ କେଏଲ୍ ରହୁଲଙ୍କୁ ଆଲିଙ୍ଗନ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଯାଇଛି। ଉଭୟ ପରସ୍ପର ସହ ହାତ ମିଶାଇବା ପରେ ଆଲିଙ୍ଗନ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ରହିଥିବା ନେଇ ଭ୍ରାନ୍ତ ଧାରଣା ଭୁଲ ପ୍ରମାଣିତ ହୋଇଛି। ଗତ ସପ୍ତାହରେ ସନ୍‌ରାଇଜର୍ସ ହାଇଦ୍ରାବାଦ ନିକଟରୁ ଏଲ୍‌ଏସ୍‌ଜି ୧୦ ୱିକେଟ୍‌ରେ ପରାସ୍ତ ହେବା ପରେ ରାହୁଲଙ୍କ ଉପରେ ସଂଜୀବ ଗୋଏଙ୍କା ବିରକ୍ତ ହୋଇଥିବା ଖବର ପ୍ରଘଟ ହୋଇଥିଲା। କିନ୍ତୁ ଏହାକୁ ଖଣ୍ଡନ କରାଯାଇଥିଲା। ଏଲ୍‌ଏସ୍‌ଜିର ସହକାରୀ ପ୍ରଶିକ୍ଷକ ଲାନ୍ସ କ୍ଲୁଜନର୍‌ ମଧ୍ୟ ଏଭଳି ଗୁଜବକୁ ଖଣ୍ଡନ କରିଥିଲେ। ତେବେ ସେଭଳି କପୋଳକଳ୍ପିତ ଘଟଣାକୁ ନେଇ ରାହୁଲ ଆସନ୍ତା ଋତୁରୁ ଦଳ ଛାଡ଼ିବେ ବୋଲି ମଧ୍ୟ ଆଉ ଏକ ଗୁଜବ ମଧ୍ୟ ଆସିଥିଲା, ଯାହାକୁ ରାହୁଲଙ୍କ ପକ୍ଷରୁ ଖଣ୍ଡନ କରାଯାଇନାହିଁ। ‘ଦୁଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ କିଛି ବି ଅସୁବିଧା ନାହିଁ। ଅଭିଯୋଗ କେବଳ ଚା’ କପ୍‌ରେ ଝଡ଼’ ଭଳି ବୋଲି କ୍ଲୁଜନର୍‌ କହିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button