ପିଓକେରେ ହିଂସାତ୍ମକ ଆନ୍ଦୋଳନ ଜାରି, ଗୁଳିମାଡ଼ରେ ପୁଣି ୩ ଜଣଙ୍କ ମୃତ୍ୟୁ – Kalinga News

[ad_1]
ନୂଆଦିଲ୍ଲୀ: ଗତ କିଛିଦିନ ଧରି ପାକିସ୍ତାନ-ଅଧିକୃତ କାଶ୍ବୀର (ପିଓକେ)ରେ ସରକାରଙ୍କ ଭୁଲ୍ ନୀତି ଓ ଟିକସ ବୃଦ୍ଧି ବିରୋଧରେ ଆନ୍ଦୋଳନ ତେଜିଛି। ମୁଜାଫରାବାଦରେ ଅର୍ଦ୍ଧସାମରିକ ବାହିନୀ ରେଞ୍ଜର୍ସଙ୍କ ଗୁଳିମାଡ଼ ଓ ଲୁହବୁହା ଗ୍ୟାସ ଯୋଗୁଁ ପିଓକେରେ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ରେଞ୍ଜରଙ୍କ କନଭୟ ମୁଜାଫରାବାଦରେ ପହଞ୍ଚିବା ପରେ ସୋରନ-ଦା-ନକ୍କା ଗାଁ ନିକଟରେ ପଥରମାଡ଼ ହୋଇଥିଲା। ଫଳରେ ସୁରକ୍ଷାକର୍ମୀମାନେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଗୁଳି ମାଡ଼ କରି ଜବାବ ଦେଇଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଏକ ଭିଡିଓରେ ମୁଜାଫରାବାଦ-ବ୍ରାରକୋଟ ରାସ୍ତାରେ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନ ବିରୋଧରେ କିଛି ବିକ୍ଷୋଭକାରୀ ‘ଆଜାଦୀ’ (ଆମକୁ ସ୍ବାଧୀନତା ଦରକାର ବୋଲି) ସ୍ଲୋଗାନ ଦେଉଛନ୍ତି। ଆନ୍ଦୋଳନର ନେତୃତ୍ୱ ନେଉଥିବା ଜମ୍ମୁ-କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟି (ଜେଏସି) ଆନ୍ଦୋଳନକାରୀଙ୍କୁ ସେମାନଙ୍କ ପଦଯାତ୍ରା ପୁନଃ ଆରମ୍ଭ କରିବାକୁ କହିଛି ଏବଂ କହିଛି ଯେ ପାକିସ୍ତାନ ସରକାର ସେମାନଙ୍କର ସମସ୍ତ ଦାବି ପୂରଣ କରିନାହାନ୍ତି। ମେ ୧୦ରେ ପିଓକେରେ ଆରମ୍ଭ ହୋଇଥିବା ହିଂସାତ୍ମକ ବିକ୍ଷୋଭରେ ଏଯାବତ ୯୦ରୁ ଅଧିକ ଆହତ ହେଲେଣି।
[ad_2]




