ମନୋରଞ୍ଜନ

ସୁନୀଲ ମହିଳା ବେଶରେ ଲୋକଙ୍କ କୋଳରେ କାହିଁକି ବସନ୍ତି: ସୁନୀଲ ପାଲ – Kalinga News

[ad_1]

ମୁମ୍ବାଇ: ହାସ୍ୟାଭିନେତା କପିଲ ଶର୍ମାଙ୍କ ସୋ’ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ର ଚାହିଦା ଦିନକୁ ଦିନ ବଢ଼ୁଥିବା ବେଳେ ଦର୍ଶକଙ୍କ ସଂଖ୍ୟା ବି କ୍ରମାଗତ ବୃଦ୍ଧି ପାଉଛି। ଦୀର୍ଘ ୬ବର୍ଷ ବିବାଦ ପରେ କପିଲ ଓ ସୁନୀଲ ଗ୍ରୋଭର ପୁଣି ଏକାଠି କମେଡି କରୁଥିବାର ନଜର ଆସିଛନ୍ତି। ଏଦୁହିଁଙ୍କ ଯୋଡ଼ିକୁ ଦର୍ଶକ ବି ଖୁବ ପସନ୍ଦ କରୁଛନ୍ତି।

‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ ମଞ୍ଚରେ ସୁନୀଲ ଗ୍ରୋଭର ପୁଣି ରିଙ୍କୁ ଭାବି, ଗୁନ୍ଥି ଓ ଇଫଲି ଭୂମିକାରେ ଅଭିନୟ କରି ନିଜର ଜଲୱା ଦେଖାଉଛନ୍ତି। କିନ୍ତୁ କପିଲଙ୍କ ଏହି ସୋ’ ଯେବେଠାରୁ ନେଟଫ୍ଲିକ୍ସରେ ଆରମ୍ଭ ହୋଇଛି ହାସ୍ୟାଭିନେତା ସୁନୀଲ ପାଲ ନକରାତ୍ମକ ପ୍ରତିକ୍ରିୟା ଦେଇ ଚାଲିଛନ୍ତି।

ସୁନୀଲ ପାଲ ଅଭିଯୋଗ କରି କହିଛନ୍ତି,‘ ‘ଦ ଗ୍ରେଟ ଇଣ୍ଡିଆନ କପିଲ ସୋ’ରେ ଯେଉଁଭଳି ଦୃଶ୍ୟ ଓ କମେଡି ପ୍ରଦର୍ଶନ କରାଯାଉଛି ତାହାକୁ ମୁଁ ସମର୍ଥନ କରିବି ନାହିଁ। ସୋ’ରେ ସୁନୀଲ ଗ୍ରୋଭର ମହିଳାଙ୍କ ବେଶରେ ଲୋକଙ୍କ କୋଳରେ ବସି ଯାଆନ୍ତି ଯାହାକି ଆଦୌ ଗ୍ରହଣୀୟ ନୁ‌ହେଁ। କାରଣ ଘରେ ଘରେ ଏହି ସୋ’କୁ ଅନେକ ପରିବାର ଏକାଠି ବସି ଦେଖିଥାଆନ୍ତି।

ତେଣୁ ମହିଳା ବେଶରେ ଏଭଳି ଅଶାଳୀନ ବ୍ୟବହାର ମୋତେ ଆଦୌ ପସନ୍ଦ ଲାଗୁନାହିଁ। ମୋ ମତରେ ଏସବୁ ଛାଡ଼ି କମେଡି କରି ଦର୍ଶକଙ୍କ ମନୋରୋଞ୍ଜନ କରିବା ଜଣେ ହାସ୍ୟାଭିନେତାଙ୍କ କଳା। କପିଲ ଜଣେ ଭଲ ମଣିଷ ଏଥିରେ ସନ୍ଦେହ ନାହିଁ କିନ୍ତୁ ତାଙ୍କ ସୋ’ ମୋତେ ଆଦୌ ପସନ୍ଦ ଦୁହେଁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button