ମନୋରଞ୍ଜନ

ଶ୍ରମିକର ଝିଅ ବିଦା ହେଲା ହେଲିକପ୍ଟରରେ , କିନ୍ତୁ ଯିବା ସମୟରେ କିଛି କହିଦେଲେ ଏମିତି କଥା କି ସମସ୍ତେ ହୋଇ ଗଲେ ଭାବୁକ

ହିସାରରେ ଏହି ସମୟରେ ଗୋଟିଏ ଗରିବ ପରିବାରର ଝିଅର ବାହାଘର ପରେ ସେ ନିଜର ଶଶୁର ଘରକୁ ହେଲିକପ୍ଟରରେ ବିଦା ହେଲେ, ଯାହା ପୁରା ଅଞ୍ଚଳରେ ଚର୍ଚାର ବିଷୟ ହୋଇ ଯାଇଛି । ରିପୋର୍ଟ ଅନୁସାରେ ହିସାରରେ ରହୁଥିବା ସଞ୍ଜୟ ସନ୍ତୋଷ ନାମକ ଝିଅଙ୍କୁ ବିବାହ କରିଲେ । ସେ କେବଳ ମାତ୍ର ୧ ଟଙ୍କା ସଗୁନ ନେଇ ବିବାହ କରିଛନ୍ତି । ବର୍ତ୍ତମାନ ଆମ ଦେଶରେ ଯୌତୁକ ଏକ ପ୍ରମୁଖ ସମସ୍ୟା ହୋଇ ଯାଇଛି । କିନ୍ତୁ ଏହି ଯୁବକ ଜଣକଙ୍କର ଏହି ନିଷ୍ପତି ନେବା ଦ୍ଵାରା ବର୍ତ୍ତମାନ ତାଙ୍କର ପ୍ରଶଂସା ଚାରିଆଡେ ହେଉଛି । ଏତିକି ନୁହେଁ ସେ ନିଜ ପତ୍ନୀର ବିଦାଇ ହେଲିକପ୍ଟରରେ କରିଲେ ।

ଝିଅକୁ ନ ଭାବନ୍ତୁ ବୋଝ, ସେଥିପାଇଁ ନେଲେ ନାହିଁ ଯୌତୁକ

Image courtesy: Google

ଏହି ସମୟରେ ଯେତେବେଳେ ସଞ୍ଜୟଙ୍କର ପିତାଙ୍କୁ ସତବୀରଙ୍କୁ ପଚରାଗଲା କି ଆପଣ ନିଜ ପୁତ୍ରର ବାହାଘର ବିନା ଯୌତୁକରେ କାହିଁକି କରିଲେ ଏବଂ ସେ କହିଲେ କି ମୁଁ ଲୋକମାନଙ୍କୁ ଏକ ସନ୍ଦେଶ ଦେବାକୁ ଚାହୁଁଛି କି “ଝିଅମାନଙ୍କୁ ବଞ୍ଚାନ୍ତୁ” । ସେ ଚାହାନ୍ତି କି ଲୋକମାନେ ନିଜ ଝିଅକୁ ବୋଝ ନ ଭାବନ୍ତୁ । ଗ୍ରାମବାସୀଙ୍କ କହିବା ଅନୁସାରେ ତାଙ୍କ ଗ୍ରାମରେ ଏହା ପ୍ରଥମ ଥର ହୋଇଛି କି କିଏ ବିନା ଯୌତୁକ ନେଇ ବାହା ହୋଇଛି ଏବଂ କନ୍ୟାର ବିଦାୟ ହେଲିକପ୍ଟରରେ ହୋଇଛି ।

ପୁଅର ପିତା ରଖିଥିଲେ ଏହି ଶର୍ତ

Image courtesy: Google

ଖବର ଅନୁସାରେ ସଞ୍ଜୟଙ୍କର ପିତା ସତବୀର ଝିଅର ପିତାଙ୍କୁ ପ୍ରଥମେ ହିଁ କହି ଦେଇଥିଲେ କି ସେ ଯୌତୁକ ନେବେ ନାହିଁ । ଝିଅର ପରିବାର ଏକ ଗରିବ ପରିବାର ଥିଲେ ସେଥିପାଇଁ ପରିଜନମାନେ ବହୁତ ଖୁସି ଥିଲେ । କହିଦେଉଛୁ ଯେ କନ୍ୟାର ନାମ ସନ୍ତୋଷ ଏବଂ ସେ ବିଏ ପର୍ଯ୍ୟନ୍ତ ପଡିଛନ୍ତି । ଏବଂ ସଞ୍ଜୟ ବର୍ତ୍ତମାନ ବିଏ ଫାଇନାଲରେ ପଢୁଛନ୍ତି । ହେଲିକପ୍ଟର ୧୦ ଫେବ୍ରୁୟାରୀର ସକାଳେ ପାଖାପାଖି ୧୧.୩୦ ସମୟରେ ହସନଗଢ ଗ୍ରାମରେ ଓଲହାଇ ଥିଲେ ।

ଭାବୁକ ହୋଇଗଲେ ଝିଅର ପିତା

Image courtesy: Google

ସନ୍ତୋଷଙ୍କ ପିତା ମୁଲିଆ କାମ କରୁଥିଲେ ଏବଂ ତାଙ୍କର ତିନୋଟି ପିଲା ଅଛନ୍ତି । ସନ୍ତୋଷ ତାଙ୍କର ବଡ ଝିଅ ଯାହାର ବାହାଘରକୁ ନେଇ ସେ ବହୁତ ଖୁସି ଥିଲେ । ସେ କହିଲେ କି ଏହା ଭଗବାନଙ୍କର କୃପା ଏବଂ ତାଙ୍କ ଝିଅର ଭାଗ୍ୟ ଅଟେ । ଯାହା ଦ୍ଵାରା ତାଙ୍କ ଝିଅର ବିଦାୟ ହେଲିକପ୍ଟରରେ ହେଉଛି । କହି ଦେଉଛୁ ଯେ ହେଲିକପ୍ଟରରେ ଝିଅର ବିଦାୟ ଦେଖିବା ପାଇଁ ଗ୍ରାମର ଆଖପାଖ ଲୋକମାନଙ୍କର ଭିଡ ଲାଗି ଯାଇଥିଲା ।

ଏହା ପରେ ବିଦାୟ ସମୟରେ ସନ୍ତୋଷ ବି ବହୁତ ଭାବୁକ ହୋଇ ଯାଇଥିଲେ ଏବଂ ସେ କହିଲେ କି “ ମୁଁ ତ ସ୍ଵପ୍ନରେ ବି ଭାବି ନ ଥିଲି କି ମୋ ସହିତ ବାହା ହେବା ପାଇଁ କେହି ହେଲିକପ୍ଟରରେ ଆସିବେ । ଭଗବାନ ମୋତେ କିଛି ନ ମାଗି ହିଁ ସବୁ ଖୁସି ଦେଇ ଦେଲେ, ମୋର ପିତା ମାତା ଏବଂ ଗ୍ରାମର ଲୋକମାନେ ମୋତେ ସବୁବେଳେ ମନେ ପଡିବେ “ ଏହା ଶୁଣି ଗ୍ରାମବାସୀମାନେ ବହୁତ ଭାବୁକ ହୋଇ ଗଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button