ରାଜନୀତି

ମହିଳା ଭୋଟରଙ୍କ ବୁର୍ଖା ଖୋଲି ପରିଚୟ ଯାଞ୍ଚ କଲେ ମାଧବୀଲତା – Kalinga News

[ad_1]

ନୂଆଦିଲ୍ଲୀ: ହାଇଦ୍ରାବାଦ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କେ ମାଧବୀଲତାଙ୍କ ବିରୋଧରେ ସୋମବାର ନିର୍ବାଚନ କର୍ତ୍ତୃପକ୍ଷ ଏକ ମାମଲା ରୁଜୁ କରିଛନ୍ତି। ମାଧବୀ ଏକ ଭୋଟିଂ ବୁଥ୍‌ରେ କିଛି ମହିଳା ମୁସଲମାନ ଭୋଟରଙ୍କ ବୁର୍ଖା ଖୋଲି ସେମାନଙ୍କ ପରିଚୟ ଯାଞ୍ଚ କରିଥିଲେ। ଏହାର ଭିଡିଓ ଭାଇରାଲ୍‌ ହେବାପରେ ମଲକପେଟ୍‌ ଥାନାରେ ମାଧବୀଲତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଆଇପିସିର ଧାରା ୧୭୧ସି, ୧୮୬, ୫୦୫ (୧) ଏବଂ ଜନ ପ୍ରତିନିଧି ଆଇନର ଧାରା ୧୩୨ ଅଧୀନରେ ମାଧବୀଙ୍କ ବିରୋ‌ଧରେ ମାମଲା ରୁଜୁ ହୋଇଛି ବୋଲି ହାଇଦ୍ରାବାଦ ଜିଲ୍ଲାପାଳ ଏକ୍ସରେ ପୋଷ୍ଟ୍‌ କରି କହିଛନ୍ତି। ଭୋଟରଙ୍କୁ ଭଲଭାବେ ଯାଞ୍ଚ କରିବାପରେ ହିଁ ଭୋଟ୍‌ ଦେବାପାଇଁ ଛାଡ଼ିବାକୁ ମାଧବୀ ପୁଲିସକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ଭୋଟ୍‌ ଗ୍ରହଣ ହେବା ପୂର୍ବରୁ ମାଧବୀଲତା‌ ତାଙ୍କ ନିର୍ବାଚନମଣ୍ଡଳୀରେ ଭୋଟର ତାଲିକାରେ ନକଲି ଭୋଟର ଥିବା ଅଭିଯୋଗ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button