ଆମ୍ବେଦକର ମଧ୍ୟ ସମ୍ବିଧାନର ଉଚ୍ଛେଦ କରିପାରିବେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ – Kalinga News

[ad_1]
ନୂଆଦିଲ୍ଲୀ: ବିଜେପି ସମ୍ବିଧାନକୁ ନଷ୍ଟ କରିବାକୁ ଯାଉଛି ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି ଯେ ତାଙ୍କ ସରକାର ସମ୍ବିଧାନକୁ ସମ୍ମାନ କରନ୍ତି ଏବଂ ବାବାସାହେବ ଆମ୍ବେଦକର ମଧ୍ୟ ଏହାକୁ ଉଚ୍ଛେଦ କରିପାରିବେ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ବାଡମେରରେ ଏକ ନିବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ଦେଶ ବିରୋଧୀ ଶକ୍ତିଙ୍କ ସହ ଛିଡ଼ା ହୋଇଛି ଏବଂ ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବାରୁ ବିରୋଧୀ ବିଜେପିକୁ ଟାର୍ଗେଟ କରିଛି। ଦେଶର ସମ୍ବିଧାନ ବିଜେପି ସରକାର ପାଇଁ ସବୁକିଛି ଏବଂ ବାବାସାହେବ ଆମ୍ବେଦକର ନିଜେ ଆସିଲେ ମଧ୍ୟ ସେ ସମ୍ବିଧାନକୁ ଉଚ୍ଛେଦ କରିପାରିବେ ନାହିଁ ବୋଲି ମୋଦୀ କହିଛନ୍ତି।
କଂଗ୍ରେସ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ବୋଲି ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି। କଂଗ୍ରେସ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲା ଏବଂ ଏବେ ମୋଦୀଙ୍କୁ ଗାଳି ଗୁଲଜ କରିବା ପାଇଁ ସମ୍ବିଧାନ ନାଁରେ ଅପଚେଷ୍ଟା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସମ୍ବିଧାନ ସଂଶୋଧନ ପାଇଁ ଦଳକୁ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର ବୋଲି ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଦେଇଥିବା ବୟାନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଗତ ମାସରେ ଅଭିଯୋଗ କରିଥିଲେ ଯେ ନରେନ୍ଦ୍ର ମୋଦୀ ଏବଂ ବିଜେପିର ଅନ୍ତିମ ଲକ୍ଷ୍ୟ ହେଉଛି ବାବାସାହେବଙ୍କ ସମ୍ବିଧାନକୁ ନଷ୍ଟ କରିବା।
ବିଜେପି ହେଗଡେଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ମତାମତ ବୋଲି କହି ତାଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିଲା। ଡକ୍ଟର ବିଆର ଆମ୍ବେଦକର ସମ୍ବିଧାନର ମୁଖ୍ୟ ସ୍ଥାପତି ଥିଲେ। କାହାର ନାମ ନ ନେଇ ମୋଦୀ କହିଛନ୍ତି ଯେ ଭାରତର ଏକ ଦଳ ପରମାଣୁ ନିରସ୍ତ୍ରିକରଣ ବିଷୟରେ ଇସ୍ତାହାରରେ ଲେଖିଛି। ଭାରତ ଭଳି ଦେଶ, ଯାହାର ପଡ଼ୋଶୀ ରାଷ୍ଟ୍ରମାନଙ୍କ ପାଖରେ ପରମାଣୁ ଅସ୍ତ୍ର ରହିଛି, ପରମାଣୁ ଅସ୍ତ୍ରକୁ ନିପାତ କରିବା ବିଷୟରେ ଚିନ୍ତା କରିବା ଉଚିତକି? ମୁଁ କଂଗ୍ରେସକୁ ପଚାରିବାକୁ ଚାହୁଁଛି, କାହା ନିର୍ଦ୍ଦେଶରେ ଆପଣଙ୍କ ଇଣ୍ଡିଆ ମେଣ୍ଟ କାମ କରୁଛି? ମୋଦୀ କହିଛନ୍ତି ଏହା କେଉଁ ପ୍ରକାରର ମେଣ୍ଟ ଯାହା ଭାରତକୁ ଶକ୍ତିହୀନ କରିବାକୁ ଚାହୁଁଛି ବୋଲି ସେ ପ୍ରଶ୍ନ କରିଛନ୍ତି।
[ad_2]




