ଦେଶ- ବିଦେଶ

ଚତୁର୍ଥ ପର୍ଯ୍ୟାୟରେ ୬୩.୦୪ ପ୍ରତିଶତ ମତଦାନ, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ହିଂସା – Kalinga News

[ad_1]

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ଭୋଟ୍ ଗ୍ରହଣ ହୋଇଛି। ଆନ୍ଧ୍ରପ୍ରଦେଶ (୨୫) ଓ ତେଲେଙ୍ଗାନା (୧୭)ର ସମସ୍ତ ଲୋକସଭା ଆସନ ସହ ବିହାର (୫), ଝାଡ଼ଖଣ୍ଡ (୪), ମଧ୍ୟପ୍ରଦେଶ (୮), ମହାରାଷ୍ଟ୍ର (୧୧), ଓଡ଼ିଶା (୪), ଉତ୍ତରପ୍ରଦେଶ (୧୩),ପଶ୍ଚିମବଙ୍ଗ (୮), ଜମ୍ମୁ କାଶ୍ମୀର (୧)ଟି ଆସନରେ ଆଜି ମତଦାନ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୯୬ଟି ଆସନରେ ୬୩.୦୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗରେ ସର୍ବାଧିକ ୭୬ ପ୍ରତିଶତ ମତଦାନ ହୋଇଛି। ଆଜି ଭୋଟ୍ ଗ୍ରହଣ ହୋଇଥିବା ୯୬ ଆସନ ମଧ୍ୟରୁ ୪୨ଟି ଆସନ କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର। ଚଳିତ ପର୍ଯ୍ୟାୟରେ ଦକ୍ଷିଣ ରାଜ୍ୟରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ଏଥିସହ ଆଜି ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଛି। ଓଡ଼ିଶାରେ ୨୮ ଏବଂ ଆନ୍ଧ୍ରପ୍ରଦେଶରେ ସମସ୍ତ ୧୭୫ ଆସନରେ ଆଜି ଭୋଟ୍ ଗ୍ରହଣ ହୋଇଛି। ୨୦୧୯ ପରେ ଆଜି ଜମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ନିର୍ବାଚନ ହୋଇଛି। କାଶ୍ମୀରର ୨ ଲୋକସଭା ଆସନ ମଧ୍ୟରୁ ଆଜି ଶ୍ରୀନଗର ନିର୍ବାଚନମଣ୍ଡଳୀରେ ଭୋଟ୍ ଗ୍ରହଣ ହୋଇଛି। ୯୬ ଲୋକସଭା ଆସନରେ ମୋଟ୍ ୧୭୧୭ ପ୍ରାର୍ଥୀ ଅଛନ୍ତି। ୧.୯୨ ଲକ୍ଷ ଭୋଟିଂ ବୁଥ୍ରେ ୧୯ ଲକ୍ଷରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଆଜି ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଛି। ବୀରଭୂମ ଏବଂ ବର୍ଦ୍ଧମାନ-ଦୁର୍ଗାପୁର ନିର୍ବାଚନମଣ୍ଡଳୀରେ ଆଜି ଟିଏମସି ଏବଂ ବିଜେପି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ବିଜେପି ପ୍ରାର୍ଥୀ ଦିଲୀପ ଘୋଷ ଆଜି ଏକ ଭୋଟିଂ ବୁଥ୍କୁ ଯାଉଥିବାବେଳେ ତାଙ୍କ ଗାଡ଼ିକୁ ଟିଏମସି କର୍ମୀମାନେ ଅଟକାଇବାରୁ ଏହାକୁ ବିରୋଧ କରି ବିଜେପି ଏବଂ ଟିଏମସି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା। ଦିଲୀପଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଆଜି ଏକ ଭୋଟିଂ ବୁଥ୍ରେ ହିଂସା ଉପୁଜିଛି। ଜଣେ ୱାଇଏସଆରସିପି ବିଧାୟକ ଜଣେ ଭୋଟରଙ୍କୁ ଚାପୁଡ଼ା ମାରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button