ମଞ୍ଚ ଉପରୁ ଧକ୍କା ଦେଇ କର୍ମକର୍ତ୍ତାଙ୍କୁ ତଡ଼ି ଦେଲେ ତେଜ ପ୍ରତାପ – Kalinga News
[ad_1]
ନୂଆଦିଲ୍ଲୀ: ପାଟନାର ପାଟଲିପୁତ୍ର ଲୋକସଭା ଆସନରୁ ଆରଜେଡ଼ି ପ୍ରାର୍ଥୀ ସୀମା ଭାରତୀ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତେଜପ୍ରତାପ ଯାଦବ ଜଣେ କର୍ମକର୍ତ୍ତାଙ୍କୁ ଧକ୍କା ଦେଇ ମଞ୍ଚ ଉପରୁ ତଡ଼ି ଦେଇଥିବା ଘଟଣାର ଭିଡିଓ ସାମ୍ନାକୁ ଆସିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ପାଟନା ଏସକେ ମେମୋରିୟଲ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସୀମା ଭାରତୀ ଲୋକଙ୍କୁ ସମ୍ଭୋଧିତ କରୁଥିଲେ। ଏହି ସମୟରେ ତାଙ୍କ ପଛରେ ଛିଡ଼ା ହୋଇଥିବା ଜଣେ କର୍ମକର୍ତ୍ତାଙ୍କୁ ଭାଇ ତେଜ ପ୍ରତାପ ଧକ୍କା ଦେଇଥିଲେ। କେବଳ ଏତିକି ନୁହେଁ ଉକ୍ତ କର୍ମକର୍ତ୍ତାଙ୍କୁ ଗାଳିଗୁଲଜ କରି ମଞ୍ଚରୁ ତଳକୁ ଓହ୍ଲାଇ ଯିବାକୁ ସେ କହିଥିଲେ।
ତେଜ ପ୍ରତାପଙ୍କ ଏ ରାଗ ଦେଖି ମଞ୍ଚ ଉପରେ ଛିଡ଼ା ହୋଇଥିବା ମା’ ରାବଡ଼ି ଦେବୀ ଓ ଭଉଣୀ ସାମ୍ନାକୁ ଆସି ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମା’ ଓ ଭଉଣୀଙ୍କ କୌଣସି କଥା ନଶୁଣି ତେଜ ପ୍ରତାପ ଉକ୍ତ କର୍ମକର୍ତ୍ତାକୁ ଧକ୍କା ପରେ ଧକ୍କା ଦେଇ ମଞ୍ଚରୁ ତଳକୁ ଓହ୍ଲାଇ ଦେଇଥିଲେ। ଏହାପରେ ଯାଇ ତାଙ୍କ ରାଗ ଶାନ୍ତ ହୋଇଥିଲା।
ନିର୍ବାଚନ ସମୟରେ କର୍ମକର୍ତ୍ତାଙ୍କ ସହିତ ତେଜ ପ୍ରତାପଙ୍କ ଏଭଳି ବ୍ୟବହାରକୁ ତୀବ୍ର ସମାଲୋଚନା କରାଯାଉଛି। ତେବେ କେଉଁ କାରଣରୁ କର୍ମକର୍ତ୍ତାଙ୍କ ସହିତ ତେଜ ପ୍ରତାପ ଏଭଳି ବ୍ୟବହାର କରିଥିଲେ ଖବର ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲା।
[ad_2]