ଷ୍ଟେଜ୍ ସୋ’ ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ଫିଲ୍ମ ଓମ୍ ଶାନ୍ତି ଓମର ଅଭିନେତା ସତୀଶ ଯୋଶୀ – Kalinga News

[ad_1]
ମୁମ୍ବାଇ: ଷ୍ଟେଜ୍ ସୋ’ ବେଳେ ମଞ୍ଚ ଉପରେ ଟଳି ପଡ଼ିଲେ ମରାଠୀ ଫିଲ୍ମ ଅଭିନେତା ସତୀଶ ଯୋଶୀ। ମରାଠୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତାଙ୍କ ଏଭଳି ହଠାତ୍ ଦେହାନ୍ତ ହେବା ଶୁଣି ଏବେ ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଛି। ସୂଚନା ମିଳିଛି ଯେ, ବରିଷ୍ଠ ଅଭିନେତା ସତୀଶ ଯୋଶୀଙ୍କର ରବିବାର ଅର୍ଥାତ୍ ମେ’ ୧୨ରେ ମୃତ୍ୟୁ ହୋଇଥିଲା। ଅଭିନେତାଙ୍କ ମୃତ୍ୟୁ ହେତୁ ସମଗ୍ର ମରାଠୀ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି। ଅଭିନେତାଙ୍କ ଅକାଳ ବିୟୋଗ ଖବର ତାଙ୍କ ବନ୍ଧୁ ରାଜେଶ ଦେଶପାଣ୍ଡେ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ମଧ୍ୟ ସୂଚନା ମିଳିଛି ଯେ, ଷ୍ଟେଜ୍ ସୋ’ ବେଳେ ମଞ୍ଚ ଉପରେ ସେ ମୃତ୍ୟୁ ବରଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କର ଘନିଷ୍ଠ ବନ୍ଧୁ ରାଜେଶ ଦେଶପାଣ୍ଡେ ଫେସବୁକରେ ଏକ ପୋଷ୍ଟ ଅପଲୋଡ୍ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, “ଆମର ବରିଷ୍ଠ ବନ୍ଧୁ ଅଭିନେତା ସତୀଶ ଯୋଶୀଙ୍କର ଆଜି ରଙ୍ଗୋତ୍ସବ ମଞ୍ଚରେ ଦେହାନ୍ତ ହୋଇଛି। ସେ ଓମ୍ ଶାନ୍ତି ଓମରେ ମଧ୍ୟ ଅଭିନୟ କରିଥିଲେ! ରବିବାର ଅପରାହ୍ନ ୧୧ଟା ସମୟରେ ଥିଏଟରରେ ଏକ ଛୋଟ ନାଟକରେ ଅଭିନୟ କରୁଥିଲେ। ଏହା ପରେ ସେ ମଞ୍ଚ ଉପରେ ଟଳି ପଡ଼ିବାରୁ ତାଙ୍କୁ ତୁରନ୍ତ ହରକିସନ୍ ଦାସ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ”
[ad_2]




