ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ବୋଲି ଲୋକେ ସଂକଳ୍ପ ନେଇଛନ୍ତି: ମନମୋହନ ସାମଲ – Kalinga News

[ad_1]
ଭୁବନେଶ୍ବର: ଭୁବନେଶ୍ବରରେ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବିଜୁ ବାବୁ ୫ଟି ସ୍ଥାନରୁ ନିର୍ବାଚନ ହାରିଥିଲେ। ଗୁମସ୍ତା କହୁଛନ୍ତି, ନିର୍ବାଚନର ହାରିଲେ ସନ୍ନ୍ୟାସ ନେବି। ହାରିବା ଜିତିବା ରାଜନୀତିରେ ସ୍ବାଭାବିକ ପ୍ରକ୍ରିୟା। ଯେଉଁମାନେ ମୁହଁରେ ସୁନା ଚାମଚ ଧରି ଜନ୍ମ ହୋଇ ରାଜନୀତି କରୁଛନ୍ତି, ସେମାନେ କେତେ ଟଙ୍କା ବିଦେଶରେ ଅଛି, କେଉଁ ଜାଗାରେ ରହିବ ତାହାର ଯୋଜନା କରୁଛନ୍ତି। କେତେ ଟଙ୍କା ଆତ୍ମସାତ କରାଗଲା, ଗରିବ ଲୋକଙ୍କ ଟିକସ ପଇସା କେଉଁଥିରେ ଖର୍ଚ୍ଚ କଲ ସେମାନେ ତାହାର ହିସାବ ଦିଅନ୍ତୁ।

Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି କହିଛନ୍ତି, ବିଜେଡି ସରକାର ହତାଶ ଓ ନିରାଶ ଅବସ୍ଥାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ବିବୃତି ଦେବା ଆରମ୍ଭ କରିଛନ୍ତି। ସେମାନେ କହୁଛନ୍ତି, କିଏ ଆମର ମୁଖ୍ୟମନ୍ତ୍ରୀ ହେବେ କୁହ। ସେମାନେ ଆମକୁ ପ୍ରଶ୍ନ କରିବାର ନୈତିକ ସାହସ କେଉଁଠୁ ପାଇଲେ? ସାଢ଼େ ୪ କୋଟି ଓଡ଼ିଆ ଆମ ସହ ଅଛନ୍ତି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବ ବୋଲି ଲୋକ ସଂକଳ୍ପ ନେଇଛନ୍ତି। ସେମାନଙ୍କ ନିଜ ଦଳରେ ରାଜନୈତିକ ବ୍ୟବସ୍ଥା ନାହିଁ। ଓଡ଼ିଆ ସଂସ୍କୃତି ଅସ୍ମିତାକୁ ଆଧାର କରି ବିଜେପି ନିର୍ବାଚନ ଲଢୁଛି।
ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଉପସ୍ଥିତ ଥିଲେ।
[ad_2]