ରାଜନୀତି

ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୁଗାନ୍ତକାରୀ କ୍ରାନ୍ତି ଆଣିବ: ଜଗନ୍ନାଥ – Kalinga News

[ad_1]

ଭୁବନେଶ୍ବର: ‘‘ଆମ ସଂସ୍କୃତିରେ ମହିଳାମାନେ ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଥା’ନ୍ତି। ସେମାନଙ୍କୁ ମା’ ରୂପେ ବନ୍ଦନା କରାଯାଏ। ଶୃଙ୍ଖଳିତ ପରିବାର ହେଉ ବା ସଶକ୍ତ ରାଷ୍ଟ୍ର ଗଠନ, ସବୁଠି ମହିଳାଙ୍କ ଭୂମିକା‌ ଗୁରୁତ୍ବପୂର୍ଣ୍ଣ। ଦେଶରେ ମୋଦୀ ସରକାର ଆସିବା ପରେ ମହିଳାମାନଙ୍କର ବିକାଶ ହେବା ସହ ସଶକ୍ତୀକରଣ ହୋଇଛି। ଦଳର ସଙ୍କଳ୍ପପତ୍ରରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମୋଦୀ ସରକାରଙ୍କ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନା ମହିଳା ସଶକ୍ତୀକରଣରେ ଯୁଗାନ୍ତକାରୀ କ୍ରାନ୍ତି ଆଣିବ।’’ ଏମିତି କହିଛନ୍ତି ‘ମଧ୍ୟ’ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଆଜି ଚିନ୍ତାମଣିଶ୍ବର ଠାରେ ବିଶାଳ ମହିଳା ସମାବେଶକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ‘‘ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ମୋଦୀ ସରକାର ସର୍ବଦା ପ୍ରାଥମିକତା ଦେଇ ଆସିଛନ୍ତି, ଯାହା ଦେଶରେ କୋଟିକୋଟି ମହିଳାଙ୍କୁ ସ୍ବାବଲମ୍ବୀ କରିଛି।

ଉଜ୍ବଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଓ ସର୍ବୋପରି ମହିଳାଙ୍କୁ ସମାଜିକ ନ୍ୟାୟ ପ୍ରଦାନ ପାଇଁ ‘ତିନ୍ ତଲାକ୍’ ଭଳି କଳା ଆଇନ ଉଛେଦ ଏକ ଐତିହାସିକ ପଦକ୍ଷେପ।’’ ସେ କହିଥିଲେ, ସୁଭଦ୍ରା ଯୋଜନାରେ ମହିଳାମାନେ ୫୦ ହଜାର ଟଙ୍କାର ଭାଉଚର ପାଇବେ। ମହିଳାମାନେ ୨ ବର୍ଷ ମଧ୍ୟରେ ବିଭିନ୍ନ କିସ୍ତିରେ ଏହାକୁ ଖର୍ଚ୍ଚ କରି ପାରିବେ। ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ସମୟରେ ମହିଳା ନିର୍ଯାତନାରେ ରାଜ୍ୟ ସର୍ବକାଳୀନ ରେକର୍ଡ କରିଛି। ଯେଉଁଥିପାଇଁ ରାଜ୍ୟବାସୀ ତାଙ୍କୁ କେବେବି କ୍ଷମା କରିବେ ନାହିଁ। ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ କରିବାକୁ ସମାବେଶରେ ଉପସ୍ଥିତ ହଜାର ହଜାର ମହିଳାଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button