ରାଜନୀତି

କଂଗ୍ରେସ ସଂଯୋଜକଙ୍କ ପ୍ରଶିକ୍ଷଣ ଶିବିର ୨୩ରେ – Kalinga News

[ad_1]

ଭୁବନେଶ୍ବର: ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ପ୍ରଦେଶ କଂଗ୍ରେସ ପକ୍ଷରୁ ୧୪୭ ବିଧାନସଭା କ୍ଷେତ୍ର ପାଇଁ ୧୪୭ ସଂ‌ଯୋଜକଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା ସଂଯୋଜକମାନେ କିଭଳି ନିଜ ନିଜର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପରିଚାଳନା କରିବେ। ସେଥିପାଇଁ ଆସନ୍ତା ୨୩ ଓ ୨୫ରେ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହେବ। ଅଖିଳ ଭାରତ କଂଗ୍ରେସ କମିଟିର ସ୍ୱତନ୍ତ୍ର ନିର୍ବାଚନ ପ୍ରଶିକ୍ଷଣ ଅଧିକାରୀମାନେ ଭୁବନେଶ୍ୱରରେ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁୟାରି ୨୩ ତାରିଖରେ ୧୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ମୟୁରଭଞ୍ଜ ଓ କେନ୍ଦୁଝର ଅଧୀନରେ ଥିବା ୭୦ଟି ନିର୍ବାଚନ ମଣ୍ଡଳୀର ବିଧାନସଭା କ୍ଷେତ୍ରର ସଂଯୋଜକମାନେ ସାମିଲ ହେବେ। ସେହିପରି ୨୫ ତାରିଖରେ ୧୧ ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଆସ୍କା ଓ ବ୍ରହ୍ମପୁର ଅଧୀନରେ ଥିବା ୭୭ଟି ବିଧାନସଭା କ୍ଷେତ୍ରର ସଂଯୋଜକମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେହିପରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ୱାର ରୁମ୍ କମିଟିର ଗଠନ କରାଯାଇଛି। ୱାର ରୁମ୍‌ର ଅଧ୍ୟକ୍ଷ ଭାବେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟିରେ ବିସ୍ମୟ ମହାପାତ୍ର, ଜିନେଶ ଦାଶ, ପ୍ରକାଶ ମିଶ୍ର, ସଞ୍ଜୟ ତ୍ରିପାଠୀ ଓ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button