ରାଜନୀତି

ଆଜି ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ମତଦାନ

ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଭୋଟ ଆରମ୍ଭ ହୋଇଛି। ଗଜପତିରେ ୧୦.୨୦%, ଗଞ୍ଜାମରେ ୬.୮୧%, କଳାହାଣ୍ଡିରେ ୯.୦୬%, କୋରାପୁଟରେ ୧୩.୧୪%, ମାଲକାନଗିରିରେ ୯.୧୫%, ନବରଙ୍ଗପୁରରେ ୮.୯୭%, ନୂଆପଡ଼ାରେ ୯.୯୮%, ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି। ୪ଟି ଲୋକସଭା ଆସନ ପାଇଁ ୩୯ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା ହେଉଛି। ସେହିପରି ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ଚାଲିଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button