ରାଜନୀତି

ପୁଅ ପାଇଁ ବାହାରିଲେ ସୁର – Kalinga News

[ad_1]

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ଲୋକସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ସିଧାସଳଖ ପ୍ରଚାର କରି ନ ଥିଲେ ମଧ୍ୟ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଇଞ୍ଜଣା ଗାଁରେ ଆୟୋଜିତ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ବରରେ ଏଥର ଡବଲ୍‌ ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ କରିଛନ୍ତି। ସ୍ଥାନୀୟ ଯୁବକମାନେ ଏକ ଖେଳ ପଡ଼ିଆ ନିର୍ମାଣ କରିବାକୁ ଅତିଥିମାନଙ୍କ ଆଗରେ ଦାବି ରଖିଥିଲେ। ଯାହାର ଉତ୍ତରରେ ବିଧାୟକ ଶ୍ରୀ ରାଉତରାୟ କହିଲେ ବର୍ତ୍ତମାନ ଉତ୍ତର ଭୁବନେଶ୍ବରରେ ବିକାଶ ମାଡ଼ୁଛି।

ବିଜେଡି ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ବାରା ଉନ୍ନତିମୂଳକ କାର୍ଯ୍ୟକ୍ରମ ହେଉଛି। ଆଗରୁ କେବଳ ବିଧାୟକ କରୁଥିଲେ, ଏବେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଜିତି ଆସିଲେ ବିକାଶ ଆହୁରି ଆଗେଇଯିବ। ‌ତେଣୁ ଡବଲ ଶଙ୍ଖରେ ଭୋଟ ଦେଇ ପ୍ରାର୍ଥୀମାନଙ୍କୁ ଜିତାନ୍ତୁ। ସ୍ଥାନୀୟ ବିଧାୟକ ଶ୍ରୀ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳକୁ ନେଇ ଭାଇଚାରା ରହିବା ଦରକାର ବୋଲି ମତବ୍ୟକ୍ତ କରିବା ସହ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଆଗାମୀ ନିର୍ବାଚନରେ ଭୋଟ ଦେଇ ବିଜୟ କରିବାକୁ ଆହ୍ବାନ ଦେଇଥିଲେ। ମଧ୍ୟାହ୍ନ ୧୨ଟାରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ସହ ଲୋକଙ୍କୁ ଭେଟିଥିଲେ। ଦାରୁଠେଙ୍ଗ-ଦାଢ଼ାପାଟଣା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଦାଢ଼ାପାଟଣା ଚମ୍ପିଆନ୍‌ ହୋଇ ଟ୍ରଫି ହାସଲ କରିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button