ଖେଳ ଖବର

୩୦୦ ରନ୍‌ ସୁଯୋଗ ପାଇଁ ‘ଇମ୍ପାକ୍ଟ ପ୍ଲେୟର୍‌’ ଦାୟୀ – Kalinga News

[ad_1]

ନୂଆଦିଲ୍ଲୀ: ଦିନ ଥିଲା ଏକଦିବସୀୟ ମ୍ୟାଚ୍‌ରେ ୨୦୦ ରନ୍‌କୁ ବହୁତ ବଡ଼ କୁହାଯାଉଥିଲା। କିନ୍ତୁ ଏବେ ଟ୍ବେଣ୍ଟି-୨୦ରେ ୩୦୦ ରନ୍‌ ସାଧାରଣ ହୋଇଗଲାଣି। ଚଳିତ ଆଇପିଏଲ୍‌ରେ ଅନେକ ମ୍ୟାଚ୍‌ଗୁଡ଼ିକର ସ୍କୋର ୩୦୦ ପାଖାପାଖି ହୋଇଯାଉଛି। ହେଲେ ରନ୍‌ର ପାହାଡ଼ ଛିଡ଼ା ହୋଇପାରୁଥିବା ଘଟଣାଗୁଡ଼ିକର କାରଣ ‘ଇମ୍ପାକ୍ଟ ପ୍ଲେୟର’ ବୋଲି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏକ ସାକ୍ଷାତକାରରେ କହିଛନ୍ତି। ପଣ୍ଟିଂଙ୍କ ଅନୁସାରେ, ଇମ୍ପାକ୍ଟ ପ୍ଲେୟର ନିୟମ ଆସିବା ଦ୍ବାରା ବ୍ୟାଟର୍‌ମାନେ ନିର୍ଭୀକ ହୋଇଯାଇଛନ୍ତି ଏବଂ ପୂର୍ବାପେକ୍ଷା ଅଧିକ ଶକ୍ତ ପ୍ରହାର କରିପାରୁଛନ୍ତି। ପୂର୍ବରୁ ବ୍ୟାଟର୍‌ମାନେ ପିଚ୍‌ରେ ଜମିଯିବାକୁ ଅନ୍ୟୁନ ୫/୬ ବଲ୍‌ ଖେଳୁଥିଲେ। କିନ୍ତୁ ଏବେ ପ୍ରଥମ ବଲ୍‌ରୁ ପ୍ରହାର କରିବାକୁ ଯାଉଛନ୍ତି। ଯଦି ତୁମେ ୧୫ ବଲ୍‌ର ସାମ୍ନା କରୁଛ ତାହେଲେ ୪୦ ପାଖାପାଖି ରନ୍‌ ସଂଗ୍ରହ କରିପାରୁଛ। ଏହା ‌ମ୍ୟାଚ୍‌ର ଫଳାଫଳରେ ବଡ଼ ଭୂମିକା ନେଉଛି। ଯାହାଫଳରେ ଦଳଗୁଡ଼ିକ ତ୍ରିଶତକ ପାଖାପାଖି ରନ୍‌ କରୁଛନ୍ତି ଏବଂ କେତେକ କ୍ଷେତ୍ରରେ ସେଗୁଡ଼ିକ ସଫଳ ପଶ୍ଚାତ୍‌ଧାବନ ମଧ୍ୟ ହୋଇଯାଉଛି ବୋଲି ପଣ୍ଟିଂ କହିଛନ୍ତି।

ସେହିପରି ବ୍ୟାଟର୍‌ଙ୍କ ଷ୍ଟ୍ରାଇକ୍‌ରେଟ୍‌ ଉପରେ ପଣ୍ଟିଂ କହିଛନ୍ତି, ଏବେ ଆଉ ବ୍ୟାଟର୍‌ଙ୍କ ଷ୍ଟ୍ରାଇକ୍‌ରେଟ୍‌ ସେମାନଙ୍କ ଖେଳିବା ସ୍ଥାନ ଉପରେ ନିର୍ଭର କରୁନାହିଁ। ବରଂ ପ୍ରତ୍ୟେକ ବ୍ୟାଟର୍‌ଙ୍କୁ ଯେକୌଣସି ସ୍ଥାନରେ ଖେଳିଲେ ମଧ୍ୟ କିଛି ନିର୍ଦ୍ଧିଷ୍ଟ ଷ୍ଟ୍ରାଇକ୍‌ରେଟ୍‌ରେ ରନ୍‌ ସଂଗ୍ରହ କରିବାକୁ ପରାମର୍ଶ ଦିଆଯାଉଛି। ପ୍ରତ୍ୟେକ ଖେଳାଳିଙ୍କ ରନ୍‌ ହାର ପରିବର୍ତ୍ତେ ଷ୍ଟ୍ରାଇକ୍‌ରେଟ୍‌ ବଢ଼ାଇବା ପାଇଁ ଅଧିକ ଗୁରୁତ୍ବାରୋପ କରାଯାଉଛି। ପୂର୍ବରୁ ଟ୍ବେଣ୍ଟି-୨୦ରେ ଯଦି ଜଣେ ଶୀର୍ଷକ୍ରମ ବ୍ୟାଟର୍‌ ୮୦+ରନ୍‌ ସଂଗ୍ରହ କରୁଥିଲେ ଓ ଅନ୍ୟ ଜଣେ ୪୦+ ରନ୍‌ କରୁଥିଲେ, ‌ଏହା ସହାୟତାରେ ମ୍ୟାଚ୍‌ ଜିତି ହେଉଥିଲା। କିନ୍ତୁ ଏବେ ବ୍ୟାଟର୍‌ମାନେ କମ୍‌ ବଲ୍‌ରୁ ଅଧିକ ରନ୍‌ ସଂଗ୍ରହ ପାଇଁ ଚେଷ୍ଟା କରୁଛନ୍ତି। ମ୍ୟାଚ୍‌ରେ କେତୋଟି ବଲ୍‌ ଖେଳୁଛ ତାହାକୁ କେହି ଖାତିର କରନ୍ତିନି। କିନ୍ତୁ ଷ୍ଟ୍ରାଇକ୍‌ରେଟ୍‌ କେତେ ଅଧିକ ରଖିପାରୁଛ ତାହାକୁ ବିଚାର କରାଯାଉଥିବା ପଣ୍ଟିଂ କହିଛନ୍ତି।

ଆଇପିଏଲ୍‌ରେ ସମସ୍ତ ଦଳଙ୍କୁ ଏକ ପୂର୍ଣ୍ଣାଙ୍ଗ ଏକାଦଶ ମିଳିପାରୁନି। ଏବେ ଏହା ୧୨ ଜଣ ଖେଳାଳିଙ୍କ ଦଳ ହୋଇଗଲାଣି। ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳମାନେ ବଡ଼ ସ୍କୋର ପାଇଁ ଶୀର୍ଷ କ୍ରମରେ ଜଣେ ଅଧିକ ଓଭର ପର୍ଯ୍ୟନ୍ତ ଖେଳିବା ଭଳି ଖେଳାଳିଙ୍କୁ ଛାଡୁଛନ୍ତି। କାରଣ ଜଣେ ବ୍ୟାଟର୍‌ ଅଧିକ ସମୟ ରହିପାରିଲେ ହାର୍ଡ ହିଟର୍‌ଙ୍କ ପାଇଁ ବଳକା କାମ କରିବା ସହଜ ହୋଇଯାଇଥାଏ। ଚେନ୍ନାଇର ଯଦି ଶୀର୍ଷକ୍ରମ ବିଫଳ ହୋଇଯାଉଛି, ପଛରେ ଜାଡ଼େଜା ଓ ଧୋନି ‌ବଡ ସଟ୍‌ ଖେଳି ସ୍କୋର ବଦଳାଇପାରୁଛନ୍ତି। କିନ୍ତୁ ସନରାଇଜର୍ସ ହାଇଦ୍ରାବାଦର ଖେଳାଳିମାନେ ପ୍ରଥମ ବଲ୍‌ରୁ ହିଁ ଆକ୍ରମଣ କରିବାକୁ ଯାଉଛନ୍ତି। କାରଣ ଷ୍ଟ୍ରାଇକ୍‌ରେଟ୍‌ ଉପରେ ସମସ୍ତଙ୍କ ଧ୍ୟାନ ରହୁଛି। ଯଦି ପ୍ରତ୍ୟେକ ଖେଳାଳି ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ଖେଳିବାକୁ ଯିବେ, ସେହି ଦଳ ବଡ଼ ସ୍କୋର ଠିଆ କରିପାରିବ ବୋଲି ପଣ୍ଟିଂ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button