ରାଜନୀତି

ପୂର୍ବ ଭାରତରେ ଏଥର ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିବ : ମୋଦୀ – Kalinga News

[ad_1]

ପାଟନା : ଏଥର ପୂର୍ବଭାରତର ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଓଡ଼ିଶାରେ ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଜାତୀୟ ସ୍ତରର ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏକଥା କହିଛନ୍ତି ।

ସେ କହିଛନ୍ତି ଯେ, ଯଦି ଭାରତକୁ ବିକାଶ କରିବାକୁ ହେବ ତେବେ ଆମକୁ ପୂର୍ବ ଭାରତକୁ ସୁଦୃଢ଼ କରିବାକୁ ପଡ଼ିବ। ରାଜନୀତି ଯାହା ହେଉ ନା କାହିଁକି, ମୁଁ ୨୦୧୩ରେ ମଧ୍ୟ କହିଥିଲି ଯେ ଭାରତର ବିକାଶ ପାଇଁ ଆମେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ବିକାଶ ଉପରେ ଧ୍ୟାନ ଦେବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତର ରାଜ୍ୟ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଏବଂ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏଥର ଆଶ୍ଚର୍ଯ୍ୟଜନକ ଫଳାଫଳ ଦେଖିବାକୁ ମିଳିବ। ବିଗତ ୧୦ ବର୍ଷ ମଧ୍ୟରେ ଆମ ସରକାର ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ସମେତ ପ୍ରତ୍ୟେକ କ୍ଷେତ୍ର ଉପରେ ଧ୍ୟାନ ଦେଇଛନ୍ତି।

ବିହାରର ରାଜଧାନୀ ପାଟନାରେ ଆଜି ପ୍ରଧାନମନ୍ତ୍ରୀ ଏକ ରୋଡସୋ କରିଥିଲେ । ପ୍ରଥମଥର ପାଇଁ ଭାରତର କୌଣସି ପ୍ରଧାନମନ୍ତ୍ରୀ ବିହାରରେ ରୋଡସୋ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ବିହାରରେ ଏଥର ଏନଡିଏ ସବୁ ଆସନରେ ବିଜୟ ହାସଲ କରିବ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button