ସିଡ୍ନୀ ମଲ୍ରେ ଛୁରାମାଡ଼, ୬ ମୃତ: ପୁଲିସ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ – Kalinga News

[ad_1]
ସିଡ୍ନୀ: ଶନିବାର ଅଷ୍ଟ୍ରେଲିଆର ସିଡ୍ନୀ ସହରର ଏକ ବ୍ୟସ୍ତବହୁଳ ସପିଂ ମଲ୍ରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଛୁରାମାଡ଼ରେ ୬ ଜଣ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରେ ଆତଙ୍କ ଖେଳିଯିବାରୁ ବୋଣ୍ଡି ବେଳାଭୂମି ନିକଟସ୍ଥ ୱେଷ୍ଟଫିଲ୍ଡ ବୋଣ୍ଡି ଜଙ୍କସନରୁ ଶତାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆକ୍ରମଣକାରୀକୁ ନ୍ୟୁ ସାଉଥ୍ ୱେଲ୍ସ ପୁଲିସର ଜଣେ ମହିଳା ଅଧିକାରୀ ଗୁଳିକରି ନିପାତ କରିଛନ୍ତି ବୋଲି ଅଷ୍ଟ୍ରେଲିଆ ପୁଲିସ କହିଛି। ନ୍ୟୁ ସାଉଥ୍ ୱେଲ୍ସ ପୁଲିସ କମିସନର କାରେନ୍ ୱେବ୍ କହିଛନ୍ତି ଯେ ନିହତଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଆହତଙ୍କ ମଧ୍ୟରେ ଥିବା ଜଣେ ଶିଶୁଙ୍କ ଜରୁରୀ ଅସ୍ତ୍ରୋପଚାର କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆକ୍ରମଣକାରୀ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଏବଂ ତା’ର ଆନୁଷ୍ଠାନିକ ପରିଚୟ ମିଳିପାରିନାହିଁ। ଏହି ଆକ୍ରମଣ ଏକ ଆତଙ୍କବାଦ କାର୍ଯ୍ୟ ହୋଇଥାଇପାରେ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଅଧିକ ଖୋଳତାଡ଼ ଜାରି ରହିଛି। ଏହି ଘଟଣା ପରେ ସିଡ୍ନୀରେ ଆତଙ୍କ ଖେଳିଯାଇଛି। ସିକ୍ୟୁରିଟି କ୍ୟାମେରା ଫୁଟେଜ୍ରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ବଡ଼ ଛୁରି ଧରି ସପିଂ ସେଣ୍ଟରରେ ପ୍ରବେଶ କରିବାର କିଛି କ୍ଷଣ ମଧ୍ୟରେ ଲୋକଙ୍କ ଉପରେ ବର୍ବର ଆକ୍ରମଣ କରୁଛି।
[ad_2]