ଅପରାଧ

ଭାରତୀୟ ଡାକସେବା ନାଁରେ ବୁଲୁଛି ନକଲି ୱେବ୍‌ସାଇଟ୍: ଲକି ଡ୍ର ଆଳରେ ଖାଲିକରିଦେବେ ଆକାଉଣ୍ଟ – Kalinga News

[ad_1]

ଭୁବନେଶ୍ବର: ସାଇବର ପୁଲିସ ଯେତେ ସକ୍ରିୟ ହେଉଛି, ସାଇବର ଠକମାନେ ସେତେ ନୂଆ ନୂଆ ତରିକା ଆବିଷ୍କାର କରିବାରେ ଲାଗିଛନ୍ତି। ଏବେ ସାଇବର ଠକମାନେ ଏକ ନୂଆ ଚାଲ୍‌ ଖେଳିଛନ୍ତି। ଭାରତୀୟ ଡାକସେବା ନାଁରେ ନକଲି ୱେବ୍‌ସାଇଟ୍‌ ଖୋଲି ଲୋକଙ୍କୁ ଚୁନ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଲକି ଡ୍ର ଉଠିବା ଲୋଭ ଦେଖାଇ ଏକ ଲିଙ୍କ୍‌ ପଠାଉଛନ୍ତି ଏବଂ ଏହି ଫାଶରେ ଫସିଲେ ଆକାଉଣ୍ଟ ଖାଲି ହୋଇଯିବାର ଆଶଙ୍କା ରହିଛି। ଖୋଦ୍‌ ଭାରତୀୟ ଡାକ ବିଭାଗ ପକ୍ଷରୁ ଏଥିପାଇଁ ସତର୍କତା ଜାରି କରାଯାଇଛି। ଲକି ଡ୍ର ନାଁରେ ବୁଲୁଥିବା ଡାକ ବିଭାଗ ୱେବ୍‌ସାଇଟ୍‌ ନକଲି ବୋଲି ଭାରତୀୟ ଡାକସେବା ଓ ସାଇବର ଥାନା ପୁଲିସ ପକ୍ଷରୁ କୁହାଯାଇଛି। ଏଭଳି ଠକାମିର କେହି ଶିକାର ହୋଇଥିବା ନେଇ ଅଭିଯୋଗ ହୋଇନଥିଲେ ମଧ୍ୟ ଆଗକୁ ଅଭିଯୋଗ ଆସିବାର ଆଶଙ୍କା ଥିବାରୁ ପୁଲିସ ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇଛି।

ସାଇବର ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ କିଛି ଦିନ ହେବ ଭାରତୀୟ ଡାକସେବା ଲୋଗୋ ଲାଗିଥିବା ଏକ ୱେବ୍‌ସାଇଟ୍‌ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। ଏଥିରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଲକି ଡ୍ର ଜରିଆରେ ୬ ହଜାର ଟଙ୍କା ପାଇବାକୁ ଲୋଭ ଦିଆଯାଉଛି। ସାଇବର ଠକଙ୍କ ପ୍ରସ୍ତୁତ ଏହି ୱେବ୍‌ସାଇଟ୍‌ ଦେଖି କେହି ଲକି ଡ୍ରରେ ଅଂଶଗ୍ରହଣ କରିବାକୁ ଚାହିଲେ, ତାଙ୍କ ପାଖକୁ ଏକ ଲିଙ୍କ୍‌ ଆସୁଛି। ଲିଙ୍କ୍‌ ଟଚ୍ କଲେ ଏକ ଅଜଣା ୱେବ୍‌ସାଇଟ ଖୋଲୁଛି। ସେଥିରେ ନିଜର ନାମ, ଠିକଣା‌ ଆଦି ପୋଷ୍ଟ କରିବାକୁ କୁହାଯାଉଛି। ଏହାପରେ କିଛି ପ୍ରଶ୍ନ ଆସୁଛି। ପ୍ରଶ୍ନଗୁଡ଼ିକ ବେଶ୍ ସହଜ ରହୁଛି। ଫଳରେ ଏଥିରେ ଭାଗନେବାକୁ ବହୁ ଲୋକ ଯେମିତି ଆକୃଷ୍ଟ ହେବେ। ଉତ୍ତର ଦେବା ପରେ ପୁରସ୍କାର ପ୍ରଦାନ କରିବାକୁ ସାଇବର ଠକ ବିଜେତାଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟ ତଥ୍ୟ ମାଗୁଛି। କେହି ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଲେ, କିଛି ସମୟରେ ଆକାଉଣ୍ଟ ଖାଲି ହୋଇଯିବ ବୋଲି ସାଇବର ଥାନା ପକ୍ଷରୁ କୁହାଯାଇଛି। ଭାରତୀୟ ଡାକସେବା ପକ୍ଷରୁ ଏକ ସ୍ବତନ୍ତ୍ର ସର୍କୁଲାର ଜରିଆରେ ଏହାକୁ ନକଲି ବୋଲି କୁହାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button