ଅପରାଧ

ମେଲୋଡି ଡ୍ୟାନସର୍‌ ସୁମି ମୃତ୍ୟୁର ଖୋଳତାଡ଼: ଲିଭ୍‌ଇନ୍‌ ପାର୍ଟନର୍‌ ଫେରାର – Kalinga News

[ad_1]

ଭୁବନେଶ୍ବର: ଗୁରୁବାର ରାତିରେ ବଡ଼ଗଡ଼ ଥାନା ପୋଡ଼ାସାହିସ୍ଥିତ ଏକ ଭଡ଼ାଘରୁ ଜବତ ହୋଇଥିବା ମେଲୋଡି ଡ୍ୟାନସର୍‌ ସୁଲୋଚନା ଦାସ ଓରଫ୍ ସୁମି(୨୨)ଙ୍କ ଝୁଲନ୍ତା ମୃତଦେହ ମାମଲା ଭିନ୍ନ ମୋଡ଼ ନେଇଛି। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ୩୦୨ ଦଫାରେ ମାମଲା ରୁଜୁ କରି ସୁମିଙ୍କ ଲିଭ୍‌ଇନ୍‌ ପାର୍ଟନର୍‌ ନିହାର ଗିରିକୁ ଖୋଜୁଛି। ସେହିଭଳି ପୁଲିସ ସୁମିଙ୍କ ମୋବାଇଲ୍‌ ଫୋନ୍‌ରୁ ଭିଡିଓ ଓ କଲ୍‌ ରେକର୍ଡ ଆଦି ସଂଗ୍ରହ କରି ତଦନ୍ତ ଚଳାଇଛି। ଭିଡିଓଗୁଡ଼ିକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ବୋଲି ପୁଲିସ ସୂଚନା ଦେଇଛି। ନିହାରକୁ ଠାବ କରିବା ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସୁମିଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚିତ ହେବ ବୋଲି ପୁଲିସ କହିଛି।

ଆଜି କ୍ୟାପିଟାଲ ହସ୍ପିଟାଲ୍‌ରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପୁଲିସ ତାଙ୍କ ପରିବାର ଲୋକଙ୍କ ଜିମା ଦେଇଥିଲା। ସାନ ଉଉଣୀଙ୍କ କହିବା କଥା ସୁମିର ଗୁରୁବାର ରାତିରୁ ମୃତ୍ୟୁ ହୋଇଥିବା ବେଳେ ନିହାର ଶୁକ୍ରବାର ମଧ୍ୟାହ୍ନରେ ଫୋନ୍‌ କରି ଜଣାଇଥିଲା। ପ୍ରାୟ ବର୍ଷେ ହେଲା ସୁମି ଓ ନିହାର ଲିଭ୍‌ଇନ୍‌ରେ ରହୁଥିଲେ। ମୃତ୍ୟୁ ଖବର ପାଇ ସେମାନେ ବଡ଼ଗଡ଼ ପୋଡ଼ାସାହିରେ ପହଞ୍ଚିବା ବେଳକୁ ନିହାର ଫୋନ୍‌ ସୁଇଚ୍ ଅଫ୍‌ କରି ଲୁଚିଥିଲା। ସେମାନେ ପୁଲିସକୁ ଜଣାଇବା ପରେ ମୃତଦେହ ଜବତ କରାଯାଇଥିଲା। ବେକରେ ଓ ଫ୍ୟାନ୍‌ରେ ଓଢ଼ଣି ବନ୍ଧାହୋଇଥିଲା ଏବଂ ଦୁଇ ଗୋଡ଼ ଚଟାଣରେ ଲାଗି ରହିଥିଲା। ତେଣୁ ନିହାର ହିଁ ସୁମିକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଛି। ଲିଭ୍‌ଇନ୍‌ରେ ରହିବାର କିଛି ଦିନ ପରେ ନିହାର ଓ ସୁମିଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା ଏବଂ ନିହାର ସୁମିଙ୍କୁ ମାଡ଼ ମାରୁଥିଲା ବୋଲି ସାନ ଭଉଣୀ କହିଛନ୍ତି। ବଡ଼ଗଡ଼ ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ ନିହାରକୁ ଠାବ କରିବାକୁ ଚେଷ୍ଟା କରାଯାଉଛି। ସୁମିଙ୍କ ମୋବାଇଲ୍‌ରୁ କିଛି ତଥ୍ୟ ମିଳିଛି। କେବଳ ନିହାରକୁ ପଚରାଉଚରା କରାଯିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ।

ସୁମିଙ୍କ ଘର ଜଗତସିଂହପୁର ତିର୍ତ୍ତୋଲ ଥାନା ଅଲଣା ଗାଁରେ। ସେ ମେଲୋଡି କାର୍ଯ୍ୟକ୍ରମରେ ଡ୍ୟାନ୍‌ସର୍‌ ଭାବେ କାମ କରୁଥିଲେ। ଭୁବନେଶ୍ବରରେ ହୋଟେଲ ବ୍ୟବସାୟ କରୁଥିବା ନିହାର ସହ ପରିଚୟ ହେବା ପରେ ସୁମି ପ୍ରାୟ ବର୍ଷକ ତଳୁ ଭୁବନେଶ୍ବର ଚାଲିଆସିଥିଲେ ଏବଂ ସେମାନେ ଲିଭ୍‌ଇନ୍‌ରେ ରହୁଥିଲେ। ସେମାନେ ବିବାହ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ପରେ ସେମାନଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button