କଙ୍ଗନାଙ୍କୁ ମାଡ଼ ମାରିଥିବା ସିଆଇଏସ୍ଏଫ୍ ଯବାନ ମାଗୁଛନ୍ତି କ୍ଷମା – Kalinga News

[ad_1]
ଚଣ୍ଡିଗଡ଼: ହିମାଞ୍ଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ସାଂସଦ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ ମହିଳା ଯବାନ କ୍ଷମା ମାଗୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପ୍ରସଙ୍ଗରେ ବରିଷ୍ଠ ସିଆଇଏସ୍ଏଫ୍ ବିନୟ କାଜଲା ଆଲୋଚନା କରି କହିଛନ୍ତି, ଏହି ଘଟଣା ପରେ ସେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ଘଟଣା କ’ଣ ଘଟିଛି ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ନେଇଥିଲି।
ମୋହାଲି ପୁଲିସ ୩୨୩ ଏବଂ ୩୪୧ ଅନୁଯାୟୀ କୁଲବିନ୍ଦର କୌରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉଭୟ ଜାମିନର ବିଭାଗ ରହିଛି। ମୁଁ ସ୍ବୀକାର କରୁଛି ଯେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା ଯାହାର ଯାଞ୍ଚ ଆଦେଶ ମୁଁ ଦେଇଛି।
ଏଥିସହିତ ମୁଁ ନିଜେ କଙ୍ଗନା ରଣାୱତଙ୍କୁ ଭେଟିଥିଲି। ଏହି ଘଟଣା ପାଇଁ ମୁଁ କଙ୍ଗନାଙ୍କୁ କ୍ଷମା ବି ମାଗିଛି। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସିଆଇଏସ୍ଏଫ୍ କୁଲବିନ୍ଦର କୌର ବି ବର୍ତ୍ତମାନ କ୍ଷମା ମାଗୁଛନ୍ତି।
କଙ୍ଗନାଙ୍କୁ ଚାପୁଡ଼ା ମାରିବା ପରେ ମହିଳା ଯବାନ କୁଲବିନ୍ଦର କୌର କହିଥିଲେ ଯେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାମାନଙ୍କ ଉପରେ କଙ୍ଗନା ରାଣାୱତ ବିବାଦୀୟ ମନ୍ତବ୍ୟ ଦେଇଥିଲେ।
କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କହିଥିଲେ ଯେ ପଞ୍ଜାବର ମହିଳାମାନେ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ମୋର ମା’ ମଧ୍ୟ ଏହି କୃଷକ ଆନ୍ଦୋଳନରେ ଭାଗ ନେଇଥିଲେ।
କୃଷକ ଆନ୍ଦୋଳନ ସମୟରେ କଙ୍ଗନା ଦେଇଥିବା ଏହି ବିବୃତିକୁ ନେଇ ମୋର ରାଗ ଥିଲା। ତେଣୁ ମୁଁ ତାଙ୍କୁ ଚାପୁଡ଼ା ମାରି ମୋର ରାଗ ଶାନ୍ତି କରିଛି। ଏହି ଘଟଣା ପରେ ଯଦି ମୋତେ ଚାକିରି ହରାଇବାକୁ ପଡ଼େ ତେବେ ଭୟ ନାହିଁ … ମୁଁ ମୋ ମା’ଙ୍କ ସମ୍ମାନ ପାଇଁ ହଜାର ହଜାର ଚାକିରି ହରାଇବାକୁ ପ୍ରସ୍ତୁତ ଅଛି।’
[ad_2]




