ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ୭ କୋଟି ଜବତ – Kalinga News

[ad_1]
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଭୋଟ୍ ଗ୍ରହଣର ମାତ୍ର ୨ ଦିନ ପୂର୍ବରୁ ଆଜି ପୂର୍ବ ଗୋଦାବରୀରେ ପୁଲିସ ପ୍ରାୟ ୭ କୋଟି ନଗଦ ଟଙ୍କା ଜବତ କରିଛି। ଏକ ମିନିଟ୍ରକ୍ରେ ଏହି ଟଙ୍କାକୁ ୭ଟି ବକ୍ସରେ ରଖାଯାଇଥିଲା। ଟଙ୍କା ଥିବା ଗାଡ଼ିଟିକୁ ଅନନ୍ତପାଲ୍ଲି ନିକଟରେ ଏକ ଲରି ଧକ୍କା ଦେବା ଫଳରେ ଏହା ଓଲଟି ପଡ଼ିଥିଲା। ଏହାପରେ ସ୍ଥାନୀୟ ଲୋକମାନେ ଉକ୍ତ ଗାଡ଼ିରେ ଟଙ୍କା ଥିବା ୭ଟି କାଡବୋର୍ଡ ବାକ୍ସ ଦେଖିବାପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଗଦ ୭ କୋଟି ଟଙ୍କା ଜବତ କରିଥିଲା। ଗାଡ଼ିଟି ବିଜୟୱାଡ଼ାରୁ ବିଶାଖାପାଟନମ ଯାଉଥିଲା। ଗାଡ଼ିର ଡ୍ରାଇଭର ଦୁର୍ଘଟଣାରେ ଆହତ ହୋଇଛନ୍ତି ଏବଂ ସେ ଗୋପାଳପୁରମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଇତିମଧ୍ୟରେ କର୍ତ୍ତୃପକ୍ଷ ଏହି ଟଙ୍କା କେଉଁଠୁ ଆସିଛି ତା’ର ଏକ ତଦନ୍ତ ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨ ଦିନ ତଳେ ରାଜ୍ୟର ଏନ୍ଟିଆର ଜିଲ୍ଲାର ଏକ ଚେକପଏଣ୍ଟ୍ ନିକଟରେ ଏକ ଟ୍ରକ୍ରୁ ୮ କୋଟି ଟଙ୍କା ଜବତ ହେବାପରେ ଆଜି ପୁଣି ଅନ୍ୟ ଏକ ଘଟଣାରେ ନଗଦ ୭ କୋଟି ଟଙ୍କା ଜବତ ହେବା ଚର୍ଚ୍ଚାର ବିଷୟ ହୋଇଛି।
[ad_2]