ଖେଳ ଖବର

ଜାଣନ୍ତୁ କେତେ କୋଟିର ମାଲିକ ୩୦ଲକ୍ଷ ଜରିମାନା ଦେବାକୁ ଯାଉଥିବା ଋଷବ ପନ୍ତ – Kalinga News

[ad_1]

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସର ମନ୍ଥର ଓଭର ରେଟ୍ ଅପରାଧ ହେତୁ ଅଧିନାୟକ ଋଷବ ପନ୍ତଙ୍କୁ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି। ଏହା ସହ ପନ୍ତଙ୍କ ଉପରେ ୩୦ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି | ବଡ ଦୁର୍ଘଟଣାର ସାମ୍ନା କରି ଫେରିବା ପରେ ଋଷବ ପନ୍ତଙ୍କ ସହ ଏଭଳି ଘଟିବାରୁ ତାଙ୍କ ପ୍ରଶଂସକମାନେ ନିରାଶ ହୋଇଛନ୍ତି | ତେବେ ୩୦ଲକ୍ଷ ଜରିମାନା ଦେବାକୁ ଥିବା ଏହି କ୍ରିକେଟର କେତେ କୋଟିର ମାଲିକ ଆପଣ ଜାଣନ୍ତି କି?

ଜାତୀୟ ଗଣମାଧ୍ୟମ ମୁତାବକ ଋଷବ ପନ୍ତ ମୋଟ ୧୦୦କୋଟିର ମାଲିକ ଅଟନ୍ତି | ବର୍ଷକୁ ସେ ୧୬-୨୦କୋଟି ଟଙ୍କା ଆୟ କରୁଥିବା ବେଳେ ବିଭିନ୍ନ ବିଜ୍ଞାପନରୁ ବି ସେ ଟଙ୍କା ଆୟ କରନ୍ତି | ସେ ନଏଜ, ଜେଏସଡବ୍ଲୁ ଷ୍ଟିଲ, ହିମାଳୟ, ବୁଷ୍ଟ, କ୍ୟାଡବିରୀ ଫ୍ୟୁଜ, ବୋଟ, ରିଅଲମ ୩ଭଳି ବ୍ରାଣ୍ଡର ଏଣ୍ଡୋର୍ସମେଣ୍ଟ କରୁଛନ୍ତି | ଯଦି ଆମେ ତାଙ୍କ କାର କଲେକ୍ସନ ଦେଖିବା ତେବେ ତାଙ୍କ ପାଖରେ, ଅଡି ଏ୮, ମର୍ସିଡିଜ୍ ବେଞ୍ଜ୍ ସି-କ୍ଲାସ୍, ଫୋର୍ଡ ମୁସ୍ତାଙ୍ଗ ଓ ମର୍ସିଡିଜ୍ ଜିଏଲଇ ରହିଛି |

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ସେ ଦୀର୍ଘ ଦିନ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିଲେ। ଏତେ ବଡ଼ ଦୁର୍ଘଟଣା ପରେ ସେ ପୁଣି ଥରେ ପଡ଼ିଆକୁ ଫେରିପାରିବେ କି ନାହିଁ ସେନେଇ ଅନେକ ପ୍ରଶ୍ନ ଉଠିଥିଲା ​। ହେଲେ ପ୍ରାୟ ୧୪ମାସ ପରେ ଋଷବ ପଡ଼ିଆକୁ ଫେରିଛନ୍ତି। ଆଇପିଏଲ-୨୦୨୪ରୁ ସେ ପୁଣି ନିଜ ଯାତ୍ରା ଆରମ୍ଭ କରିଛନ୍ତି |



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button