M ନୁହେଁ ଏହା ହେଉଛି ମହାଲକ୍ଷ୍ମୀ ଯୋଗ ଯଦି ଆପଣଙ୍କ ହାତରେ ରହିଥାଏ ତେବେ ଜାଣନ୍ତୁ କେବେ ଦେଇଥାଏ ସମ୍ପୁର୍ଣ୍ଣ ଫଳ
ନମସ୍କାର ବନ୍ଧୁଗଣ , ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତ ରେ ବନିଥିବା ରେଖା ଆମ ଜୀବନ କୁ ପରିବର୍ତ୍ତନ କରିଥାଏ । କୁହାଯାଏ ମଣିଷ ଭାଗ୍ୟଶାଳୀ ପରିବର୍ତ୍ତିତ ହୁଏ , ଜୀବନରେ ଦୁଃଖ କଷ୍ଟ ରହିନଥାଏ । ଯଦି ଆପଣମାନଙ୍କ ହାତରେ ବନିଥାଏ ଇଂରାଜୀ ଅକ୍ଷର M ଚିହ୍ନ ତେବେ ଅନେକ ଜ୍ୟୋତିଷ ଶାସ୍ତ୍ର ଏହାର ମହତ୍ଵ କୁହାଯାଇଛି । ଏହି ଚିହ୍ନ ରହିଥିବା ବ୍ୟକ୍ତିର ଜୀବନ ଧନ ରେ ପରିପୂର୍ଣ ହୁଏ , ସମସ୍ଯା ଅସୁବିଧା ଆସିନଥାଏ ।
କିନ୍ତୁ ଆମେ ଆଜି ଆପଣଙ୍କୁ ଏହି ପେଜ୍ ମାଧ୍ୟମରେ ଏହା କେତେ ସତ ହୋଇଛି ନା ଏହା ମିଥ୍ୟା କହିବୁ । କାରଣ ଏହି ଚିହ୍ନ ଥିବା ବ୍ୟକ୍ତି ଅଳ୍ପ ଦେଖାଯାଇଥାନ୍ତି , ପରନ୍ତୁ କଣ ଏହି ଚିହ୍ନ ହାତରେ ରହିଥିବା ଲୋକମାନଙ୍କ ଜୀବନରେ କଷ୍ଟ , ବାଧା ଆସୁ ନାହିଁ । ସେମାନେ ସର୍ବଦା ହସ ଖୁସି , ଧନ , ସମ୍ପତି ରେ ପୂର୍ଣ୍ଣ ହେଇକି ରହିଛି । ଯଦି ଏହି ପ୍ରଶ୍ନ୍ ଆପଣମାନଙ୍କୁ ପଚରା ଯାଏ ତେବେ ଆପଣଙ୍କ ପ୍ରତି ଉତ୍ତର ନାଁ ହେବ ।
କାରଣ ଏହି ଚିହ୍ନ ରହିଥିବା ବ୍ୟକ୍ତିଙ୍କ ଜୀବନରେ ବି ଅସୁବିଧା ଆସିଥାଏ । ଏହି ସଂସାରରେ ରହିଥିବା ପ୍ରତ୍ୟେକ ଲୋକମାନଙ୍କ ଜୀବନରେ କଷ୍ଟ ଆସିଥାଏ , ତେବେ ଆସନ୍ତୁ ଜାଣିବା ହାତରେ ଏହି ଇଂରାଜୀ ଅକ୍ଷର M ଚିହ୍ନ କଣ ପାଇଁ ହୋଇଥାଏ ଓ ଏହାର ଅର୍ଥ କଣ ଅଟେ । ହସ୍ତ ଶାସ୍ତ୍ର ରେ ହାତରେ ହେଇଥିବା M ଚିହ୍ନ କୁ ତିନି ଭାଗରେ ବିଭାଜିତ କରାଯାଇଛି ।
ପ୍ରଥମ ଯେଉଛି ମସ୍ତିସ୍କ , ଦ୍ଵିତୀୟ ହେଲା ପରିଶ୍ରମ ଓ ତୃତୀୟରେ ହେଲା ମହାଲକ୍ଷ୍ମୀ ଯୋଗ । ଏହି ମାନଙ୍କୁ ଦେବାଦେବୀଙ୍କ ଅଦୃଶ୍ୟ ଶକ୍ତି ଅକୁହା କଥା କୁ ରେଖା ମଧ୍ୟମରେ କହିଥାନ୍ତି ଯଥା ଏମାନଙ୍କୁ ଭାଗ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରିବାକୁ ମନା କରାଯାଇଥାଏ ଓ ନିଜର ପରିଶ୍ରମ , ବୁଦ୍ଧିବଳ ରେ ସମାଜରେ ପରିଚୟ ତିଆରି କରିବାକୁ ହାତର ରେଖା କହିଥାନ୍ତି ।
ଏହି M ଚିହ୍ନ ଥିବା ଲୋକମାନେ ବହୁତ ବୁଦ୍ଧିମାନ ଓ ଚତୁର ସ୍ଵଭାବ ର ହୋଇଥାନ୍ତି ଯେକୋଣସି କାର୍ଯ୍ୟ କୁ କରିବାର କ୍ଷମତା ରଖିଥାନ୍ତି । ଶାସ୍ତ୍ର ଅନୁସାରେ ଏମାନଙ୍କୁ ଜୀବନରେ କେବେ ଖରାପ ବାଟରେ ପଇସା ରୋଜଗାର କରିବା ଭାବିବା କଥା ନୁହେଁ । କାରଣ ଏହା ଯୋଗୁ ମା ‘ ଲକ୍ଷ୍ମୀ ଏମାନଙ୍କ ସାଥ କଦାପି ଦେଇନଥାନ୍ତି ।
ଏହା ବ୍ଯତୀତ ଯଦି ଆପଣା ଭଲ କାମରେ ଆପଣଙ୍କ ବୁଦ୍ଧି ର ଉପଯୋଗ କରନ୍ତି ତେବେ ମା ‘ ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କୁ ସାହାଯ୍ୟ କରି ସଫଳତା ପ୍ରଦାନ କରିଥାନ୍ତି । ଯେ ପର୍ଯ୍ୟନ୍ତ ବ୍ୟକ୍ତି ନିଜର ମସ୍ତିସ୍କ କୁ କଟାଇ ଭଲ କାମ ରେ ନିଜକୁ ନିଯୋଜିତ କରିନଥାଏ ସେ ଯାଏ ଏହି ଚିହ୍ନ ର ପ୍ରଭାବ ପାଇନଥାଏ ।
ଭାଗ୍ୟ ଉପରେ ଭରସା ନା କରି ବୁଦ୍ଧି ଦ୍ଵାରା କାର୍ଯ୍ୟ କରି ଗଲେ ଏହି ଚିହ୍ନ କିଛି ଏପରିକି କାମ କରିଥାଏ ଯେ ମଣିଷ ଯେଉଁ ଠାରେ ବି ହାତ ଦେଇଥାଏ ସୁନା ଉଭରି ଆସିଥାଏ ।