ସାମ୍ବାଦିକ ସମ୍ମିଳନୀରେ ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କଲେ କେଜ୍ରିୱାଲ – Kalinga News

[ad_1]
ନୂଆଦିଲ୍ଲୀ: ତିହାର ଜେଲରୁ ମୁକୁଳିବାର ଦିନକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି କନଟ ପ୍ଲେସ୍ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ କେଜ୍ରିୱାଲ ଆଜି ଦିଲ୍ଲୀ ସ୍ଥିତ ଆପ୍ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଆପ୍ ଦଳକୁ ଭାଙ୍ଗିଦେବାକୁ ଚାହୁଛନ୍ତି ଏବଂ ଦଳର ୪ ଜଣ ନେତାଙ୍କୁ ଏକକାଳୀନ ଜେଲ୍କୁ ପଠାଇ ଦେଇଛନ୍ତି। ମୋଦୀ ଜଣେ ଏକଛତ୍ରବାଦୀ ଶାସକ ଏବଂ ବିଜେପି ପୁଣିଥରେ କ୍ଷମତାକୁ ଫେରିଲେ ସମସ୍ତ ବିରୋଧୀ ଦଳ ନେତା ଜେଲ୍ରେ ରହିବେ । କେଜ୍ରିୱାଲଙ୍କୁ ଗିରଫ କରି ସେମାନେ ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଯେ ଯଦି କେଜ୍ରିୱାଲ ଗିରଫ ହେଉଛନ୍ତି ତେବେ ସେମାନେ ଯେକୌଣସି ନେତାଙ୍କୁ ଗିରଫ କରିପାରିବେ। ଏହି ମିସନ୍ର ନାଁ ହେଉଛି ‘ୱାନ୍ ନେସନ୍, ୱାନ୍ ଲିଡର’। ଆପ୍ ସୁପ୍ରିମୋ କହିଛନ୍ତି, ଯଦି ବିଜେପି ଇଣ୍ଡିଆ ମେଣ୍ଟକୁ ପଚାରୁଛି ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ତେବେ ମୁଁ ବିଜେପିକୁ ପଚାରୁଛି ସେମାନଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ। ୨୦୨୫ରେ ମୋଦୀ ଅବସର ନେବେ କି ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି । ୨୦୨୫ ସେପ୍ଟେମ୍ବର ୧୭ ତାରିଖରେ ମୋଦୀଙ୍କୁ ୭୫ ବର୍ଷ ହେବ। ମୋଦୀ ତାଙ୍କ ଦଳରେ କରିଥିବା ନିୟମ ଅନୁଯାୟୀ ନେତାମାନେ ୭୫ ବର୍ଷ ବୟସରେ ଅବସର ନେବେ। ଲାଲ୍ କ୍ରୀଷ୍ଣ ଆଡଭାନୀ, ମୁରଲି ମନୋହର ଯୋଶୀ, ସୁମିତ୍ରା ମହାଜନ ଏବଂ ଯଶୱନ୍ତ ସିହ୍ନା ଅବସର ନେଇ ସାରିଛନ୍ତି ଏବଂ ୨୦୨୫ ସେପ୍ଟେମ୍ବର ୧୭ରେ ମୋଦୀ ଅବସର ନେବାକୁ ଯାଉଛନ୍ତି। ତେବେ ଯଦି ପୁଣିଥରେ ବିଜେପି ସରକାର ଗଠନ ହୁଏ ତାହାଲେ ସେମାନେ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବେ ଏବଂ ଏବଂ ଅମିତ ଶାହଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବେ। ମୋଦୀ ଶାହଙ୍କ ପାଇଁ ଭୋଟ୍ ମାଗୁଛନ୍ତି। ଶାହ କ’ଣ ମୋଦୀଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି କେଜ୍ରିୱାଲ ପ୍ରଶ୍ନ କରିଛନ୍ତି। ତେବେ କେଜ୍ରିୱାଲ ବିଜେପି ଭୋଟରମାନଙ୍କୁ ଏହା ଅନୁରୋଧ କରିଛନ୍ତି ଯେ ସେମାନେ ବୁଝିବା ଉଚିତ ଯେ ସେମାନେ ମୋଦୀଙ୍କୁ ନୁହେଁ ବରଂ ଶାହଙ୍କୁ ଭୋଟ୍ ଦେଉଛନ୍ତି।
[ad_2]




