ବିଜେପି ସରକାରର କୁଶାସନ ଘୋଡ଼ାଇବାକୁ ଆକ୍ରମଣ: କଂଗ୍ରେସ – Kalinga News

[ad_1]
ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଉପରେ ହୋଇଥିବା ଆକ୍ରମଣର ନିନ୍ଦା କରିଛି ରାଜ୍ୟ କଂଗ୍ରେସ। ନ୍ୟାୟ ଯାତ୍ରାର ଜନ ଆଦୃତି ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଭୟଭୀତ ହୋଇପଡ଼ିଛନ୍ତି। ରାହୁଲଙ୍କ ଏହି ଯାତ୍ରାରେ ବିଜେପି, ମୋଦୀ ଓ ହିମନ୍ତ ପ୍ରତିବନ୍ଧକ ସାଜିଲେ ଦେଶର ଜନତା ତାଙ୍କୁ କ୍ଷମା ଦେବେ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଥିଲେ, ଆସାମ ମୁଖ୍ୟମନ୍ତ୍ରୀ କଂଗ୍ରେସ ଦଳରେ ଥାଇ ଅନେକ ଥର ମନ୍ତ୍ରୀ ହୋଇଥିଲେ ଓ ରାଜନୀତିରେ ନିଜକୁ ପ୍ରତିଷ୍ଠା କରିଥିଲେ। ସେ ଏବେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ପ୍ରତି ଯେଉଁ ସମାଲୋଚନା କରୁଛନ୍ତି ତାହା ଦୁର୍ଭାଗ୍ୟଜନକ। ରାହୁଲଙ୍କ ଏହି ଯାତ୍ରା ଦେଶରେ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ। ଯେଉଁମାନେ ଧର୍ମ, ବର୍ଣ୍ଣ ଓ ଭାଷାର ଦ୍ବାହି ଦେଇ ଦେଶକୁ ଭାଗ ଭାଗ କରିବା ପାଇଁ ଷଡ଼୍ଯନ୍ତ୍ର କରୁଛନ୍ତି, ସେମାନଙ୍କୁ ରାହୁଲଙ୍କ ‘ପ୍ରେମର ଦୋକାନ’ ଭଲ ନ ଲାଗିପାରେ। ଯେଉଁମାନେ ରାହୁଲଙ୍କ ବସ୍ ଅଟକାଇବା ସହ ନ୍ୟାୟ ଯାତ୍ରାର ପୋଷ୍ଟର ଚିରି ଥିଲେ ସେମାନଙ୍କୁ ହିଂସା ପଥରୁ ବିରତ ହେବା ପାଇଁ ରାହୁଲ ପରାମର୍ଶ ଦେଇଛନ୍ତି। ଶାନ୍ତିପୂର୍ଣ୍ଣ ଭାବେ ନ୍ୟାୟ ଯାତ୍ରା ଚାଲୁଥିବା ବେଳେ ଏଥିରେ ବିଭ୍ରାଟ କରିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଷଡ଼୍ଯନ୍ତ୍ର କରିଛନ୍ତି। ଯେତେ ଆକ୍ରମଣ ହେଲେ ବି ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ତା’ର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବ ନାହିଁ। ରାହୁଲଙ୍କ ଏହି ଯାତ୍ରାକୁ ହିମନ୍ତ ବିଶ୍ବଶର୍ମା ଯେଉଁ ଆପେକ୍ଷ କରିଛନ୍ତି ତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡ଼ିବ। ପିସିସି ମିଡିଆ ସେଲ୍ର ମୁଖ୍ୟ ବିଶ୍ବରଂଜନ ମହାନ୍ତି କହିଥିଲେ, ଦେଶର ଶୋଷିତ ବର୍ଗଙ୍କୁ ନ୍ୟାୟ ଦେବା ପାଇଁ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଉଦ୍ଦିଷ୍ଟ। ଆସାମ ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରି ନିଜର ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି ସେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ଏଆଇସିସି ସଂପାଦକ ଶରତ ରାଉତ ଆସାମ ମୁଖ୍ୟମନ୍ତ୍ରୀଙ୍କ ଏଭଳି ହୀନମନ୍ୟତାକୁ ନିନ୍ଦା କରିଥିଲେ।
[ad_2]