ମନୋରଞ୍ଜନ

ଲିକ ହେଲା ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ – Kalinga News

[ad_1]

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟସମୟରେ ଅଭିନେତ୍ରୀମ‌ାନଙ୍କ ଭିଡିଓ ଲିକ ହେବାର ଘଟଣା ସାମ୍ନାକୁ ଆସିଥାଏ। ନିକଟରେ ଜଣେ କନ୍ନଡ଼ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଫଟୋ ଓ ଭିଡିଓ ଲିକ ହୋଇଯାଇଥିବା ଅଭିଯୋଗ ହୋଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ବାରା କନ୍ନଡ ଅଭିନେତ୍ରୀ ଜ୍ୟୋତି ରାଏଙ୍କ ବ୍ୟକ୍ତଗତ ଭିଡିଓ ଓ ଫଟୋ ଭାଇରାଲ କରାଯାଇଛି। ଏଥିସହିତ ଉକ୍ତ ବ୍ୟବହାରକାରୀ ୟୁଟ୍ୟୁବରେ ବି ଅଭିନେତ୍ରୀଙ୍କ ଭିଡିଓ ପୋଷ୍ଟ କରି ଦେବେ ବୋଲି ଜ୍ୟୋତି ରାଏଙ୍କୁ ଧମକ ଦେଇ କହିଛନ୍ତି। ଏନେଇ ଅଭିନେତ୍ରୀଙ୍କ ପ୍ରଶଂସକମାନେ ମୁମ୍ବାଇ ପୁଲିସକୁ ଟ୍ୟାଗ କରି ଏହି ଘଟଣାର ଯାଞ୍ଚ ପାଇଁ ଦାବି କରିଛନ୍ତି।

ଜ୍ୟୋତି ରାଏ କନ୍ନଡର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଜ୍ୟୋତି ସିନେମାରୁ ହିଁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି। କିଛି ଦିନ ସିନେମାରେ କାମ କରିବା ପରେ ଛୋଟପରଦାରେ କାମର ଅଫର ମିଳିବା ପରେ ସେ ସେଥିରେ ବି ନିଜର ଜଲୱା ଦେଖାଇଛନ୍ତି। ଏଯାବତ ଜ୍ୟୋତି ୨୦ରୁ ଅଧିକ ସୋ’ରେ କାମ କରି ସାରିଛନ୍ତି ।

ଜ୍ୟୋତି ରାଏଙ୍କ ଯୁବ ନିର୍ଦ୍ଦେଶକ ମୃକୃ ପୂର୍ବଜଙ୍କ ସହିତ ପ୍ରେମ ସର୍ମ୍ପକ ଅଛି।  ଚଳିତବର୍ଷ ଆରମ୍ଭରେ ଦୁହେଁ ନିଜର ସମ୍ପର୍କ ବିଷୟରେ ସମସ୍ତଙ୍କ ସହିତ ସେୟାର କରିଥିଲେ। ଜ୍ୟୋତି ଓ ମୃକୃଙ୍କ ନିର୍ବନ୍ଧ ଶେଷ ହୋଇସାରିଛି ଖୁବଶୀଘ୍ର ଦୁହେଁ ବିବାହ କରିବାକୁ ଯାଉଛି।

ମୃକୃଙ୍କ ସହିତ ଜ୍ୟୋତିଙ୍କ ଦ୍ବିତୀୟ ବିବାହ ହେବ। କାରଣ ୨୦ବର୍ଷ ବୟସରେ ‌ସେ ପଦ୍ମନାଭଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଏକ ପୁତ୍ର ସନ୍ତାନ ଜତ ହୋଇଥିଲା । ଯିଏକି ଏବେ ୧୧ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ପଦ୍ମନାଭଙ୍କ ସହିତ ଜ୍ୟୋତିଙ୍କ ସମ୍ପର୍କ ଭଲ ନରହିବାରୁ  ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button