ମୋଦୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ: ରାହୁଲଙ୍କୁ ନିର୍ବାଚନ କମିସନଙ୍କ ଚେତାବନୀ – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିସନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ରାହୁଲଙ୍କ ଜବାବ ତଥା ସମସ୍ତ ତଥ୍ୟ ଉପରେ ବିଚାର କରିବା ପରେ ଭାରତୀୟ ନିର୍ବାଚନ କମିସନ ରାହୁଲଙ୍କୁ ଚେତାବନୀ ଦେବା ସହିତ ଭବିଷ୍ୟତରେ ଏଭଳି କାର୍ଯ୍ୟ ନ କରିବାକୁ ଏବଂ ମନ୍ତବ୍ୟ ଦେବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗତ ବର୍ଷ ନଭେମ୍ବର ୨୨ରେ ବିଧାନସଭା ନିର୍ବାଚନ ସମୟରେ ରାହୁଲ ମୋଦୀଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ରାହୁଲଙ୍କଠାରୁ ୮ ସପ୍ତାହ ମଧ୍ୟରେ ଜବାବ ତଲବ କରିଥିଲେ। ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଅଶୁଭ ଏବଂ ପକେଟମାର ବୋଲି କହିଥିଲେ। ସେ ଦେଶର ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ଏବଂ କିଛି ହାତଗଣତି ଶିଳ୍ପପତିଙ୍କୁ ଲାଭାନ୍ବିତ କରୁଥିବା ରାହୁଲ ଅଭିଯୋଗ କରିଥିଲେ।
ନିର୍ବାଚନ କମିସନ ରାହୁଲଙ୍କୁ ଏଭଳି ମନ୍ତବ୍ୟ ଦେବା ନେଇ ସତର୍କ ରହିବାକୁ କହିଛନ୍ତି। ନଭେମ୍ବର ୨୩ରେ ନିର୍ବାଚନ କମିସନ ନୋଟିସ ଜାରି କରି ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ରାହୁଲଙ୍କ ମନ୍ତବ୍ୟ ନେଇ ସ୍ପଷ୍ଟୀକରଣ ମାଗିଥିଲେ।
ରାହୁଲ ନିର୍ବାଚନ ପ୍ରଚାର ସମୟରେ ଏଭଳି ସାର୍ବଜନୀନ ମନ୍ତବ୍ୟ ଦେବାରୁ ବିରତ ରହିବା ଆବଶ୍ୟକ ବୋଲି ନିର୍ବାଚନ କମିସନ କହିଛନ୍ତି। ଏନେଇ ଅଧିକ ସତର୍କ ଏବଂ ନିଜ ଶବ୍ଦ ଉପରେ ନିୟନ୍ତ୍ରଣ ରଖିବାକୁ କମିସନ ତାଗିଦ୍ କରିଛନ୍ତି।
[ad_2]