ମନୋରଞ୍ଜନ

ଅନେକ କୋଟିପତି ବ୍ୟବସାୟୀଙ୍କଠାରୁ ଧନୀ ରାଣୀ, ସମ୍ପତ୍ତି କରିବ ଆଶ୍ଚର୍ଯ୍ୟ – Kalinga News

[ad_1]

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଣୀ ମୂଖାର୍ଜୀ ଏବେ ପୁଣି ଥରେ ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରି ଦେଖାଇଛନ୍ତି। ଗୋଟେ ସମୟରେ ବଲିଉଡର ଆଗ ଧାଡ଼ିର ନାୟିକା ପାଲଟିଥିଲା ରାଣୀ। ହେଲେ ବିବାହ ହେବା ସହ ମା’ ବନିବା ପରେ ରାଣୀ ଫିଲ୍ମଠାରୁ ଦୂରେଇ ଯାଇଥିଲେ। କିନ୍ତୁ ଏବେ ତାଙ୍କର କମବ୍ୟାକ୍ ହୋଇଛି। ପୂର୍ବ ଅପେକ୍ଷା ଭଲ ଭଲ ସ୍କ୍ରିପ୍ଟରେ କାମ କରୁଛନ୍ତି ରାଣୀ। ମହିଳା କୈନ୍ଦ୍ରୀକ ଫିଲ୍ମରେ  ରାଣୀ ଅଭିନୟ କରିବା ସହ ପୁଣି ଥରେ ପ୍ରଶଂସକଙ୍କ ମନ ଜିତିଛନ୍ତି।

ତେବେ ଯଦି ରାଣୀଙ୍କ ‌ବ୍ୟକ୍ତିଗତ ଜୀବନକୁ ଦେଖିବା ତେବେ ସେ ୟଶ ରାଜ ଫିଲ୍ମସର ମାଲିକ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବିବାହ କରିଛନ୍ତି। ବିବାହ ପରେ ପୁଣି ଥରେ ବଲିଉଡକୁ ଫେରିବାକୁ ଆଦିତ୍ୟ ହିଁ ରାଣୀଙ୍କୁ କହିଥିଲେ। ଜୀବନରେ ଆଗକୁ ବଢ଼ିବା ପାଇଁ ପରସ୍ପରକୁ ସମର୍ଥନ କରୁଥିବା ଏହି ଦମ୍ପତ୍ତି କେତେ କୋଟିର ମାଲିକ ଆପଣ ଜାଣନ୍ତି କି? ଆଦିତ୍ୟ ଚୋପ୍ରାଙ୍କ ସମ୍ପତ୍ତି ଦେଖିବାକୁ ଗଲେ ସେ ମୋଟ ୭,୨୦୦କୋଟି ଟଙ୍କାର ମାଲିକ ଅଟନ୍ତି। ଏହା ସହ ରାଣୀଙ୍କ ମୋଟ ସମ୍ପତ୍ତି ଦେଖିବାକୁ ଗଲେ ସେ ୨୦୦କୋଟିର ମାଲିକାଣୀ ଅଟନ୍ତି। ଦୁହିଁଙ୍କ ସମ୍ପତ୍ତିକୁ ଯଦି ମିଶାଇବା ତେବେ ଦମ୍ପତ୍ତି ଏବେ ୭,୪୦୦କୋଟିର ମାଲିିକ ଅଟନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button