ମନୋରଞ୍ଜନ

ସୋନାକ୍ଷୀଙ୍କ ବିବାହକୁ ନେଇ ପରିବାରଲୋକ ଖୁସି ନଥିବା ହେଉଛି ଚର୍ଚ୍ଚା      – Kalinga News

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜହିର ଇକବାଲଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଯେବେଠାରୁ ତାଙ୍କ ବିବାହ ଖବର ସାମ୍ନାକୁ ଆସିଛି ସୋନାକ୍ଷୀ ଚର୍ଚ୍ଚାର ପରିସରରେ ରହିଛନ୍ତି। ଜୁନ୍ ୨୩ ତାରିଖରେ  ମୁମ୍ବାଇରେ ଜହିରଙ୍କୁ ବିବାହ କରି ସୋନାକ୍ଷୀ ତାଙ୍କ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛନ୍ତି।

ଏହି ବିବାହକୁ ନେଇ ସୋନାକ୍ଷୀ ଏବଂ ଜହିର ଖୁବ ଖୁସି ଅଛନ୍ତି।  କିନ୍ତୁ  ଏହି ବିବାହରେ ସୋନାକ୍ଷୀଙ୍କ ଭାଇ, ବାପା ଓ ମା’ ଖୁସି ନଥିବା ନେଇ ଚର୍ଚ୍ଚା ହେଉଛି।  ନିକଟରେ ଯେତେବେଳେ ଶତ୍ରୁଘ୍ନ ସିହ୍ନା ଏବଂ ଲଭ୍ ସିହ୍ନାଙ୍କୁ ସୋନାକ୍ଷୀଙ୍କ ବିବାହ ଉପରେ ପ୍ରତିକ୍ରିୟା ରଖିବାକୁ କୁହାଯାଇଥିଲା, ସେତେବେଳେ ଦୁହେଁ ଚୁପ୍ ରହିଲେ।

ନିକଟରେ ରେଡିଟରେ ଏକ ପୋଷ୍ଟ ସେୟାର କରାଯାଇଥିଲା। ଯେଉଁଥିରେ ସୋନାକ୍ଷୀ ସିହ୍ନାଙ୍କୁ ପରିବାରର କିଏକିଏ ଇନଷ୍ଟାଗ୍ରାମରେ  ଅନୁସରଣ କରନ୍ତି ଏବଂ କିଏ କରନ୍ତି ନାହିଁ ସେନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା।

ଏହି ପୋଷ୍ଟରୁ ଜଣାପଡ଼ିଛି ସୋନାକ୍ଷୀଙ୍କ ମା’ ପୁନମ ସିହ୍ନା ଝିଅକୁ ଅନୁସରଣ କରନ୍ତି ନାହିଁ। ସେହିପରି ଅଭିନେତ୍ରୀଙ୍କ ଭାଇ ଲଭ୍ ସିହ୍ନା ମଧ୍ୟ ଇନଷ୍ଟାଗ୍ରାମରେ ସୋନାକ୍ଷୀଙ୍କୁ ଅନୁସରଣ କରନ୍ତି ନାହିଁ। ଏହାକୁ ଦେଖି  ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ସୋନାକ୍ଷୀଙ୍କ ବିବାହକୁ ନେଇ ପରିବାରଲୋକ ଖୁସି ନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button