ଖେଳ ଖବର

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଭାରତ – Kalinga News

[ad_1]

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରି ଓ ମାର୍ଚ୍ଚରେ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତ କରିପାରେ। କିନ୍ତୁ ବିନା ସରକାରୀ ଅନୁମତିରେ ଭାରତ ଏହି ପଡ଼ୋଶୀ ଦେଶକୁ ଖେଳିବା ପାଇଁ ଯାଇପାରିବନି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା କହିଛନ୍ତି। ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ୨୦୦୮ ଏସିଆ‌ କପ୍‌ ପରଠୁ ପାକିସ୍ତାନରେ ଭାରତ କୌଣସି କ୍ରିକେଟ୍‌ ମ୍ୟାଚ୍‌ ଖେଳିନାହିଁ। ସେହିପରି ଭାରତରେ ଶେଷ ଥର ପାଇଁ ୨୦୧୨-୧୩ରେ ଉଭୟ ଦେଶଙ୍କ ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯାଇଥିଲା। ଏହାପରଠୁ କେବଳ ଆଇସିସି ପ୍ରତିଯୋଗିତା ଗୁଡ଼ିକରେ ଦୁଇ ଦେଶ ମୁହାଁମୁହିଁ ହୋଇଛନ୍ତି।

ଶୁକ୍ଳା କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ଉପରେ ଭାରତ ସରକାର ଆମକୁ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ଆମେ ଆଗକୁ ବଢ଼ିବୁ। ଯେପର୍ଯ୍ୟନ୍ତ ସରକାର ଅନୁମତି ଦେଇ ନାହାନ୍ତି, ଆମେ ଦଳ ପଠାଇ ପାରିବୁନି। ତେଣୁ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆମେ କାମ କରିବୁ ବୋଲି ଶୁକ୍ଳା କହିଛନ୍ତି। ଏସିଆ କପ୍‌ ବେଳେ ହାଇବ୍ରିଡ୍‌ ମଡେଲ୍‌ରେ ଭାରତ ତାହାର ସବୁ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା। ଏହାପରେ ଭାରତରେ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ପାକିସ୍ତାନ ହାଇବ୍ରିଡ୍‌ ମଡେଲ୍‌ରେ ଖେଳିବାକୁ କହୁଥିଲେ ମଧ୍ୟ ଦଳକୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଭାରତରେ ପାକିସ୍ତାନ ୫ଟି ସ୍ଥାନରେ ଖେଳିଥିଲା। ଏବେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ଖେଳିବାକୁ ଯିବାକୁ ଥିବାରୁ ପାକିସ୍ତାନ ସୁରକ୍ଷା ଦୃଷ୍ଟିରୁ ସବୁପ୍ରକାରର ପଦକ୍ଷେପ ନେବ ବୋଲି କହିଛି। ତେଣୁ ଭାରତର ସମସ୍ତ ମ୍ୟାଚ୍‌ ଲାହୋରରେ କରାଯିବ ବୋଲି କୁହାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button