ବିକାଶରେ ପଛରେ ରହିଯାଇଛି ଓଡ଼ିଶା: ବିଜେପି – Kalinga News

[ad_1]
ବିଜେପି ସଂକଳ୍ପପତ୍ରର ୫ଟି କଥାକୁ ଅବତାରଣା କଲେ ବୈଜୟନ୍ତ
ଭୁବନେଶ୍ବର: ଓଡ଼ିଶାର ଶାସକ ଦଳ ୧୭ବର୍ଷ ତଳେ କହିଥିଲେ ୩୫% ଚାଷ ଜମିକୁ ଜଳସେଚନ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ତାହା ହୋଇପାରିଲା ନାହିଁ। ଓଡ଼ିଶାରେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ସ୍ଥଗିତ ଜଳସେଚନ ପ୍ରକଳ୍ପକୁ ପୁଣି ତ୍ବରିତ ବେଗରେ ଆଗକୁ ନିଆଯିବ। ୨୦୨୯ ସୁଦ୍ଧା ୩ଗୁଣା ଅଧିକ ଜଳସେଚନ କରାଯିବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଥିଲେ, ଗତ ୧୦ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଦେଶ ଦ୍ରୁତ ପ୍ରଗତି ପଥେ ଆଗକୁ ବଢ଼ୁଥିବା ବେଳେ ଓଡ଼ିଶା ବିକାଶରେ ବହୁ ପଛରେ ପଡ଼ିଯାଇଛି। ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାର ବାଧକ ସାଜିଥିବାରୁ ରାଜ୍ୟର ବିକାଶ ସମ୍ଭବ ହେଲା ନାହିଁ। ଓଡ଼ିଶାରେ ଶାସନ ବ୍ୟବସ୍ଥାର ପରିବର୍ତ୍ତନ ନିହାତି ଜରୁରି।

Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ସଂକଳ୍ପପତ୍ରର ୫ଟି କଥାକୁ ଅବତାରଣା କଲେ ବୈଜୟନ୍ତ
୨ଲୋକ ହେଲିକପ୍ଟରରେ ବୁଲି ବୁଲି କହିଲେ ସରକାର ହେବନାହିଁ
ବିଜେପିର ସଂକଳ୍ପପତ୍ରର ୫ଟି ବିନ୍ଦୁର ଅବତାରଣା କରି ଶ୍ରୀ ପଣ୍ଡା କହିଥିଲେ, ବିଜେଡି ସରକାରର ଚାଷୀମାରଣ ନୀତି କାରଣରୁ ଚାଷୀଙ୍କୁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିଲା ନାହିଁ। କୃଷି ଯନ୍ତ୍ରପାତି ଦୁର୍ନୀତିରେ ବିଜେଡିର ନେତାଙ୍କ ସଂପୃକ୍ତି ଅତ୍ୟନ୍ତ ଲଜ୍ଜାଜନକ। ବିଜେପି ଶାସନରେ ଚାଷୀକୁ ଧାନ କ୍ବିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରାଯିବ। ୪୮ ଘଣ୍ଟା ଭିତରେ ଡିବିଟି ଜରିଆରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପହଞ୍ଚିଯିବ। ଅଣ ଉତ୍ପାଦନ ସମୟରେ ମତ୍ସଜୀବୀଙ୍କୁ ୧୦ହଜାର ଟଙ୍କାର ସହାୟତା ମିଳିବ। ସେହିପରି ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବିକୁ ଯଥାଶୀଘ୍ର ପୂରଣ ସହ ନୂତନ ନିଯୁକ୍ତି ସୃଷ୍ଟି କରାଯିବା ପାଇଁ ପଦକ୍ଷେପ ନିଆଯିବ। ୮୫ ହଜାର ସରକାରୀ ପଦବି ପୂରଣ କରାଯିବା ସହିତ ୧.୫ ଲକ୍ଷ ନୂତନ ନିଯୁକ୍ତି ଦିଆଯିବ। ନିଯୁକ୍ତିରେ ଓବିସି ଓ ପଛୁଆ ବର୍ଗଙ୍କୁ ପ୍ରାଧାନ୍ୟ ଦିଆଯିବ। ଭିତ୍ତିଭୂମିର ବିକାଶ ହେଲେ ଶିଳ୍ପ ଆସିବା ସହଜ ହୋଇଯିବ। ବିଜେପି ସରକାର ଆସିଲେ ଓଡ଼ିଶାରେ ୭୫ହଜାର କି.ମିର ରାସ୍ତା ନିର୍ମାଣ କରାଯିବ। ସମ୍ବଲପୁର, ରାଉରକେଲା, ଧାମରା, ପାରାଦୀପକୁ ନେଇ ଶିଳ୍ପ କରିଡର ପ୍ରତିଷ୍ଠା ହେବ। ସେ ଆହୁରିମଧ୍ୟ କହିଥିଲେ ଯେ ସମଗ୍ର ଦେଶ ସମେତ ଓଡ଼ିଶାରେ ବି ମୋଦୀ ଲହର ଚାଲିଛି। ଜୁନ ୪ରେ ବିଜେଡି ସରକାରର ଅନ୍ତ ହେବ ଓ ୧୦ତାରିଖରେ ଓଡ଼ିଶାରେ ଶପଥ ନେବ ବିଜେପି ସରକାର। ରାସନ, ଆବାସ ଘର ସବୁ କେନ୍ଦ୍ର ସରକାର ଦେଉଛନ୍ତି। ମନରେଗା, ମିସନ ଶକ୍ତି ଭଳି ଯୋଜନା ବନ୍ଦ ହୋଇଯିବ ବୋଲି ବିଜେଡି ସରକାର ପରାଜୟ ଭୟରେ ମିଛ ପ୍ରଚାର କରୁଛି। ଯାହା ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ। ୨ଟି ଲୋକ ହେଲିକପ୍ଟରରେ ବୁଲି ବୁଲି ସରକାର କରିବେ ବୋଲି କହିଲେ ହେବ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଜ୍ଜନ ଶର୍ମା, ସୁଦୀପ୍ତ ରାୟ, ମନୋଜ ମହାପାତ୍ର ଓ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
[ad_2]