ଅପରାଧ

ନିଶା ଦେଇ ପତ୍ନୀକୁ ଶଶୁର-ଦିଅର ସହ ସମ୍ପର୍କ ରଖିବାକୁ କହୁଥିଲା ସ୍ବାମୀ – Kalinga News

[ad_1]

ଚୁରୁ(ରାଜସ୍ଥାନ): ନିଶା ଦେଇ ପତ୍ନୀକୁ ଶଶୁର-ଦିଅର ସହ ସମ୍ପର୍କ ରଖିବାକୁ କହୁଥିଲା ସ୍ବାମୀ। ରାଜସ୍ଥାନର ଚୁରୁରେ ଘଟିଛି ଏଭଳି ଘଟଣା। ୧୫-୨୦ବର୍ଷ ହେଲାଣି ଏହି ଘଟଣା ଘଟିଆସୁଥିବା ବେଳେ ପୀଡ଼ିତା ଏବେ ଏହାର ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଏବେ ତଦନ୍ତ କରିବା ଆରମ୍ଭ କରିଛି।

ହୋଇଥିବା ଅଭିଯୋଗ ମୁତାବକ, ସଣ୍ଡୱା ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀ ଗତ ୧୫-୨୦ବର୍ଷ ଧରି କ୍ରମାଗତ ଭାବରେ ନିଶା ଦେଇ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏମିତି କି ଅଭିଯୁକ୍ତ ନିଜ ବାପା ଓ ଭାଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ କହୁଥିଲେ। ଏଭଳି ନକଲେ ତାଙ୍କ ସ୍ୱାମୀ ତାଙ୍କୁ ଅତି ନିର୍ମମ ଭାବରେ ପିଟୁଥିଲେ। ଚା’ରେ ନିଶା ଦେଇ ଅଭିଯୁକ୍ତ ସ୍ବାମୀ ଏଭଳି କାମ କରିବାକୁ ବାଧ୍ୟ କରୁଥିବା ବେଳେ ଦିନେ ଏଭଳି କରିବାକୁ ମନା କରିଥିଲେ ପୀଡ଼ିତା। ଏଥିରେ ରାଗିଯାଇ ଅଭିଯୁକ୍ତ ଏକ ଧାରୁଆ ଅସ୍ତ୍ର ଧରି ପୀଡ଼ିତାଙ୍କ ଗଳା କାଟିବାକୁ ଉଦ୍ୟମ କରିଥିଲେ। ହେଲେ ପୀଡ଼ିତା ଖସିଯିବାରେ ସଫଳ ହୋଇଥିଲେ। ବିବ‌ାହ ପରେ ୩ଟି ପୁଅ ଓ ଗୋଟାଏ ଝିଅର ମା’ ହୋଇସାରିଥିବା ପୀଡ଼ିତା ‌ଏବେ ନିଜ ବାପ ଘରେ ରହୁଛନ୍ତି। ଅଭିଯୁକ୍ତ ସ୍ବାମୀ ଭାଇ ଓ ୪ପିଲାଙ୍କୁ ହତ୍ୟା କରିବାର ଧମକ ଦେବାରୁ ପୀଡ଼ିତା ପୁଲିସରେ ଅଭିଯୋଗ କରିଥିବା ଜଣାଇଛନ୍ତି। ଏତଲା ପାଇବା ପରେ ଏବେ ତଦନ୍ତ ଆରମ୍ଭ କରିଛି ପୁଲିସ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button