ଅପରାଧ

ଟଙ୍କା ଦେଇ ନପାରିବାରୁ ଗୁପ୍ତାଙ୍ଗ‌ରେ ଇଟା ବାନ୍ଧି ମାଡ଼ ମାରି କରୁଥିଲେ ଭିଡିଓ ରେକର୍ଡ – Kalinga News

[ad_1]

ନୂଆଦିଲ୍ଲୀ: କିଛିଦିନ ତଳେ କାନପୁରରେ ଜଣେ ଛାତ୍ରଙ୍କୁ ମାଡ଼ ମାରୁଥିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।  ଏଥିରେ କେତେଜଣ ଯୁବକ ଟଙ୍କା ଆଦାୟ ପାଇଁ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରୁଥିବା ସହିତ ଗୁପ୍ତାଙ୍ଗରେ ଦଉଡ଼ି ସାହାଯ୍ୟରେ ଇଟା ବାନ୍ଧି ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ତଦନ୍ତ ଆରମ୍ଭ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାକି ୫ଜଣଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଅଭିଯୁକ୍ତମାନେ ଗିରଫ ହେବାପରେ ପୀଡ଼ିତ ପୁଲିସ ସମ୍ମୁଖରେ ନିଜ ସହିତ ହୋଇଥିବା ଅତ୍ୟାଚାରକୁ ବଖାଣି କହିଛନ୍ତି, ‘ କେତେଜଣ ଯୁବକ ଏପ୍ରିଲ ୨୦ ତାରିଖରେ ମୋତେ ଅନଲାଇନ ଗେମ ଖେଳିବା ପାଇଁ ଉତ୍ସାହିତ କରିଥିଲେ। ଏମିତି କି ମୋତେ ଗେମ ଖେଳିବା ପାଇଁ ୨୦ହଜାର ଟଙ୍କା ବି ଦେଇଥିଲେ।

ଗେମରେ ଜିତିବା ପରେ ସେମାନେ ଜାଣିଶୁରି ପୁଣି  ସେହି ୨୦ହଜାର ଟଙ୍କାଙ୍କୁ  ଖେଳରେ ଲଗାଇ ଦେଇଥିଲେ। କିନ୍ତୁ ମୁଁ ଖେଳରେ ହାରି ଯାଇଥିଲି। ଏହାପରେ ଅଭିଯୁକ୍ତମାନେ ମୋତେ ୨୦ହଜାର ବଦଳରେ ୫୦ଟଙ୍କା ଦାବି କରିଥିଲେ। ଏହି ଟଙ୍କା ଦେଇପାରିବି ନାହିଁ ବୋଲି ମନା କରି ଦେଇଥିବାରୁ ସେମାନେ ମୋତେ ଏପ୍ରିଲ ୨୧ରୁ ୨୬ ତାରିଖ ପର୍ଯ୍ୟନ୍ତ ଏକ କଠୋରିରେ ବନ୍ଦ କରି ନିର୍ମମ ଭାବେ ମାଡ଼ ମାରିବା ସହିତ ମୋ ସହିତ ଖରାପ କାମ କରିଥିଲେ।

ସେହି ୬ଦିନ ମୋ ପାଇଁ କୌଣସି ନର୍କ ଯନ୍ତ୍ରଣା ଠାରୁ କମ ନଥିଲା। ବଞ୍ଚିବି ବୋଲି ମନରୁ ଆଶା ଛାଡ଼ି ଦେଇଥିଲି। କିନ୍ତୁ ଭାଗ୍ୟ ଭଲ ଥିଲା ମୁଁ ସେମାନଙ୍କ କବଳରୁ ମୁକୁଳି ଆସିଛି। ’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button