ଦେଶ- ବିଦେଶ

ଆସାମରେ ବ୍ୟାପିଲା ସ୍ବାଇନ ଫ୍ଲୁ – Kalinga News

[ad_1]

ଗୌହାଟୀ: ଆସାମର ବାରାକ ଉପତ୍ୟକାରେ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ବ୍ୟାପିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଜିଲ୍ଲାର ଅନ୍ୟ ଅଞ୍ଚଳକୁ ଭୂତାଣୁ ବ୍ୟାପିଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି। କାଛାର ଜିଲ୍ଲାରେ ୪ ଜଣ ସକ୍ରିୟ ରୋଗୀ ଥିବା ବେଳେ ହାଇଲାକାଣ୍ଡିରେ ଜଣେ ଦେଢ଼ବର୍ଷ ଶିଶୁର ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁର ସାକ୍ରା ୱାର୍ଲ୍ଡ ହସ୍ପିଟାଲର ଇଣ୍ଟରନାଲ ମେଡିସିନ୍ ଆଣ୍ଡ ଡାଏବେଟୋଲୋଜିର ଏଚ୍ଓଡି ଡାକ୍ତର ସୁବ୍ରତ ଦାସ ଏକ ସାକ୍ଷାତ୍କାରରେ କହିଛନ୍ତି। ଆସାମରେ ସ୍ୱାଇନ୍ ଫ୍ଲୁର ପ୍ରକୋପ ଚିନ୍ତା ବଢ଼ାଇଛି। ଏହି ରୋଗରେ ଜ୍ୱର, ଗଳା ଯନ୍ତ୍ରଣା, କାଶ, ନାକରୁ ପାଣି ବାହାରିବା, ମୁଣ୍ଡବିନ୍ଧା, ଥକାପଣ, ଓକାର, ବାନ୍ତି ଓ ଡାଇରିଆ ଭଳି ଲକ୍ଷଣ ଦେଖାଯାଏ। ଗମ୍ଭୀର କ୍ଷେତ୍ରରେ ନିଃଶ୍ୱାସପ୍ରଶ୍ବାସ ନେବାରେ କଷ୍ଟ ହେବା ସହ ନିମୋନିଆ ଓ ଅମ୍ଳଜାନ ସ୍ତର କମ୍ ହେବା ଭଳି ଜଟିଳତା ଦେଖାଦେଇଥାଏ। ସ୍ୱାଇନ୍ ଫ୍ଲୁ ବିରୋଧରେ ସତର୍କତା କୋଭିଡ୍-୧୯ ଭଳି। ଏଥିପାଇଁ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା, ଘର ଚଟାଣକୁ ଜୀବାଣୁମୁକ୍ତ କରିବା ଏବଂ ସାମଗ୍ରିକ ସ୍ୱଚ୍ଛତା ବଜାୟ ରଖିବା ଉଚିତ। ଏହାବ୍ୟତୀତ ଛିଙ୍କ କିମ୍ବା କାଶ ସମୟରେ ନାକ ଓ ପାଟିକୁ ଘୋଡାଇ ରଖିବା ଏବଂ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଅସୁସ୍ଥ ଅନୁଭବ କଲେ ଭୂତାଣୁକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ବୟସ୍କମାନେ ବାର୍ଷିକ ଫ୍ଲୁ ଟିକା ନେବା ଆବଶ୍ୟକ, ଯାହା ସେମାନଙ୍କୁ ଫ୍ଲୁର ଗୁରୁତର ଜଟିଳତାରୁ ରକ୍ଷା କରିଥାଏ ବୋଲି ଡାକ୍ତର ଦାସ କହିଛନ୍ତି। ସୂଚନାଯୋଗ୍ୟ, ଏଚ୍୧ଏନ୍୧ ହେଉଛି ଇନଫ୍ଲୁଏଞ୍ଜା ଭୂତାଣୁର ଅନ୍ୟତମ ଷ୍ଟ୍ରେନ୍, ଯାହା ଏଚ୍୧ଏନ୍୧ ଫ୍ଲୁ ସୃଷ୍ଟି କରିଥାଏ। ଏହାକୁ ‘ସ୍ୱାଇନ୍ ଫ୍ଲୁ’ ମଧ୍ୟ କୁହାଯାଏ କାରଣ ଏହା ପ୍ରଥମେ ଘୁଷୁରିମାନଙ୍କଠାରେ ଦେଖିବାକୁ ମିଳିଥିଲା। ଏହି ଭୂତାଣୁ ବହୁତ ସଂକ୍ରାମକ, ଯାହା ସାଧାରଣ ମାନବ ଫ୍ଲୁ ଭଳି ଲକ୍ଷଣ ସୃଷ୍ଟି କରିଥାଏ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button