ଦେଶ- ବିଦେଶ

୧୫ ଟନ୍ ନକଲି ମସଲା ଜବତ, କାଠ ଗୁଣ୍ଡ ଓ ଏସିଡ୍ ମିଶାଇ ତିଆରି ହେଉଥିଲା – Kalinga News

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଆଜି ୧୫ ଟନ୍ ଭଳି ବିପୁଳ ପରିମାଣର ବିଷାକ୍ତ ମସଲା ଜବତ କରିଛି। ଉତ୍ତରପୂର୍ବ ଦିଲ୍ଲୀର କରୱାଲ ନଗର ଅଞ୍ଚଳରେ ଥିବା ଦୁଇଟି କାରଖାନାରେ ଏହି ମସଲା ପ୍ରସ୍ତୁତ ହୋଇଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ କାରଖାନାର ମାଲିକ ମଧ୍ୟ ରହିଛନ୍ତି। ସନ୍ଦିଗ୍ଧ ଦିଲୀପ ସିଂହ (୪୬), ସରଫରାଜ (୩୨) ଏବଂ ଖୁର୍ସିଦ ମଲିକ (୪୨) ଗିରଫ ହୋଇଛନ୍ତି। ଦିଲୀପ ଓ ସରଫରାଜ କାରଖାନାର ମାଲିକ ବୋଲି ଜଣାଯାଇଛି। ଅଭିଯୁକ୍ତମାନେ ଅପମିଶ୍ରିତ ମସଲାକୁ ସ୍ଥାନୀୟ ବଜାର ଏବଂ ଦିଲ୍ଲୀ/ଏନ୍ସିଆର୍ ଅଞ୍ଚଳର ବିକ୍ରେତାମାନଙ୍କୁ ଅରିଜିନାଲ ମସଲା ମୂଲ୍ୟରେ ବିକ୍ରି କରୁଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ରବିବାର କହିଛନ୍ତି।
ପୁଲିସ ଘଟଣାସ୍ଥଳରୁ ନକଲି ମସଲା ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିବା ପଚା ପତ୍ର, ଚାଉଳ, ନଷ୍ଟ ହୋଇଯାଇଥିବା ମିଲେଟ, କାଠ ଗୁଣ୍ଡ, ଲଙ୍କା୍ ଡେମ୍ଫ. ଏସିଡ ଏବଂ ଖାଦ୍ୟ ଅନୁପଯୋଗୀ ତେଲ ଆଦିକୁ ଜବତ କରିଛି ବୋଲି କ୍ରାଇମ ବ୍ରାଞ୍ଚ ଡିସିପି ରାକେଶ ପୱେରିୟା କହିଛନ୍ତି। ବିଭିନ୍ନ ବ୍ରାଣ୍ଡ୍ର ନକଲି ମସଲା ପ୍ରସ୍ତୁତିରେ ଉତ୍ତରପୂର୍ବ ଦିଲ୍ଲୀର କେତେକ ନିର୍ମାତା ଏବଂ ବ୍ୟବସାୟୀ ଜଡ଼ିତ ଥିବା ସେ କହିଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button