ଦେଶ- ବିଦେଶ

କେନ୍ଦ୍ର ସରକାରଙ୍କୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ : ହ୍ବାଟ୍ସଆପରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କର – Kalinga News

[ad_1]

ନୂଆଦିଲ୍ଲୀ : ନିର୍ବାଚନ କମିସନ ଆଜି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟକୁ ଏକ ନିର୍ଦ୍ଦେଶ ଦେଇ ହ୍ବାଟ୍ସଆପରେ ପଠାଯାଉଥିବା ‘ ବିକାଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କରିବାପାଇଁ କହିଛନ୍ତି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଭଳି ମେସେଜ୍ ବନ୍ଦ କରିବାପାଇଁ ଅଭିଯୋଗ ହେବାପରେ କମିସନ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିସନ ମଧ୍ୟ ମନ୍ତ୍ରାଳୟ ନିକଟରୁ ଏସଂକ୍ରାନ୍ତ ଏକ ରିପୋର୍ଟ ମାଗିଛନ୍ତି। ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ଲୋକଙ୍କ ଫୋନକୁ ପଠାଯାଉଥିବା ହ୍ବାଟ୍ସଆପ ମେସେଜ୍ ବନ୍ଦ କରିବାପାଇଁ ନିର୍ବାଚନ କମିସନ୍ ନିକଟରେ ଅଭିଯୋଗ ହେବାପରେ କମିସନ୍ ଏହା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୧୬ ତାରିଖରେ ନିର୍ବାଗଚନ କମିସନ୍ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏପ୍ରିଲ ୧୯ରୁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଜୁନ୍ ୧ ତାରିଖରେ ନିର୍ବାଚନ ଶେଷ ହେବ ଏବଂ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button