ରାଜନୀତି

ଓଡ଼ିଶାର ସମ୍ବଳକୁ ଏ ସରକାର ସଦୁପଯୋଗ କରିପାରିନି: ଜୟଶଙ୍କର – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶା ଖଣିଜ ସମ୍ପଦରେ ଭରପୂର, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସବୁଠୁ ସମୃଦ୍ଧ। ଏଠାକାର ମାନବ ସମ୍ବଳ ଜ୍ଞାନୀ, ଦକ୍ଷ, କୁଶଳୀ। ହେଲେ ବର୍ତ୍ତମାନର ରାଜ୍ୟ ସରକାର ଏହାକୁ ସଦୁପଯୋଗ କରିବାରେ ସଂପୂର୍ଣ୍ଣ ବିଫଳ। ଓଡ଼ିଶାରେ ଯେତିକି ସମ୍ବଳ ଅଛି ସେଥିରେ ଓଡ଼ିଶା ଦେଶର ଏକ ନମ୍ବର ରାଜ୍ୟ ହୋଇପାରିବ। ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କ ଫୋକସ୍‌ରେ ଓଡ଼ିଶା ଅଛି। ତେଣୁ ଓଡ଼ିଶାରେ ଏମିତି ଏକ ସରକାର ହେବା ଦରକାର ଯିଏ ମୋଦୀଙ୍କ ସହଯୋଗୀ ହେବ। ଏଥିପାଇଁ ଓଡ଼ିଶାରେ ବିଜେପି ସରକାର ଆସିବା ଦରକାର ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି।
ଆଜି ହୋଟେଲ ଲାଇଫ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଓଡ଼ିଶାର ସମ୍ବଳ ସଦୁପଯୋଗ ନହୋଇପାରିବାର କାରଣ ହେଲା ଏଠାରେ ଭ୍ରଷ୍ଟାଚାର ମୁକ୍ତ ପରିବେଶ ନାହିଁ କି ବ୍ୟବସାୟ କରିବାର ବାତାବରଣ ସୃଷ୍ଟି କରାଯାଇନି। ବ୍ୟୁରୋକ୍ରାଟିକ୍ ମାହୋଲ୍‌ରେ ସରକାର ଚାଲିଲେ ଓଡ଼ିଶା ଆଗକୁ ଯାଇପାରିବନି। ତେଣୁ ଓଡ଼ିଶା ମାଟିର ପୁଅ ଓଡ଼ିଶାର ନେତୃତ୍ବ ନେବା ଦରକାର।

ସେହିପରି ଓଡ଼ିଆ ସଂସ୍କୃତି, ପର୍ଯ୍ୟଟନ, ଅସ୍ମିତା ଉପରେ ଶ୍ରୀ ଜୟଶଙ୍କର କହିଲେ, ଏହା ମହାପ୍ରଭୁ ଜଗନ୍ନାଥ ଓ ପ୍ରଭୁ ଲିଙ୍ଗରାଜଙ୍କ ମାଟି। କଳା, ସଂସ୍କୃତି କ୍ଷେତ୍ରରେ ସମୃଦ୍ଧ ଓଡ଼ିଶା ନିଜର ପ୍ରତିନିଧି ଓ ନେତା ସୃଷ୍ଟି ପାଇଁ ସକ୍ଷମ। ତେଣୁ ଏଭଳି ଏକ ରାଜ୍ୟର ନେତୃତ୍ୱ ଏଭଳି ଲୋକ ନେବା ଦରକାର, ଯିଏ କି ଏଇ ରାଜ୍ୟରେ ତୃଣମୂଳ ସ୍ତରରୁ ଆସିଥିବ। ସେମାନେ ହିଁ ରାଜ୍ୟର ଉପଯୁକ୍ତ ନେତା ଓ ପ୍ରକୃତ ଭବିଷ୍ୟତ ହୋଇପାରିବେ। ମୋଦୀଜୀ କୋଣାର୍କ ଚକ୍ରକୁ ଜି-୨୦ ସମ୍ମିଳନୀରେ ଉପସ୍ଥାପନ କରି ସାରା ବିଶ୍ବରେ ଓଡ଼ିଶାର ସଂସ୍କୃତି ଓ ଅସ୍ମିତାକୁ ନୂଆ ପରିଚୟ ଦେବାକୁ ଚେଷ୍ଟା କରିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ଓ ସାଂସ୍କୃତିକ ଭିତ୍ତିଭୂମିକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ମୂଳଦୁଆ ପଡ଼ିଛି। ବିଜେପି ସରକାର ଆସିଲେ ଏହା ନିଶ୍ଚିତ ସଫଳ ହେବ।

ଏହି ଅବସରରେ ଶ୍ରୀ ଜୟଶଙ୍କର ୧୦ବର୍ଷର ବିଜେପି ସରକାରରେ ଓଡ଼ିଶା କିପରି ଉପକୃତ ହୋଇଛି ତା’ର ହିସାବ ରଖିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କିପରି ୟୁକ୍ରେନ୍‌ରୁ ୪୪୦ଜଣ ଓଡ଼ିଅା, ଇସ୍ରାଏଲରୁ ୨୦ଜଣ, ସୁଡ଼ାନରୁ ୮୬ଜଣ ଓଡ଼ିଆଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ସକ୍ଷମ ହୋଇଛି ସେ ବିଷୟରେ ସୂଚନା ଦେଇଥିଲେ। ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିଥିବା ଏସ୍‌. ଜୟଶଙ୍କର ଆଜି ବିଭିନ୍ନ ଖବରକାଗଜ ଓ ଟିଭିର ସମ୍ପାଦକ, ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button