କୋଭିସିଲ୍ଡ ଟୀକା ବିରୋଧରେ ଆଭିଯୋଗ ଆଣିଲେ ଦମ୍ପତି; କହିଲେ ଏହା ପାଇଁ ଯାଇଛି ଝିଅର ଜୀବନ – Kalinga News

[ad_1]
ନୂଆଦିଲ୍ଲୀ: କୋଭିସିଲ୍ଡ ଟୀକା ବିରୋଧରେ ଆସିିଛି ଅଭିଯୋଗ। କୋଭିସିଲ୍ଡ ଟୀକା ଦିଆଯିବା ପରେ ମୃତ୍ୟୁବରଣ କରିଥିବା ଜଣେ ଯୁବତୀଙ୍କ ପିତାମାତା ବିଶ୍ୱର ସର୍ବବୃହତ ଟିକା ନିର୍ମାତା ତଥା କୋଭିଡ ମହାମାରୀ ସମୟରେ ଏହାକୁ ବିକଶିତ କରିଥିବା ବ୍ରିଟିଶ ଔଷଧ କମ୍ପାନୀ ନିକଟରେ ଅଭିଯୋଗ କରିବାକୁ ଯୋଜନା କରୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଟୀକା ରକ୍ତ ଜମାଟ ବାନ୍ଧିବା ସହ କମ୍ ପ୍ଲାଲେଟ୍ ଗଣନା କରିବା ପରି ବିରଳ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିପାରେ ବୋଲି ବ୍ରିଟେନର କୋର୍ଟ ଡକ୍ୟୁମେଣ୍ଟରେ ଆଷ୍ଟ୍ରା ଜେନେକା ସ୍ବୀକାର କରିବା ପରେ ଏହି ଅଭିଯୋଗ ଆସିଛି।
ଆଷ୍ଟ୍ରାଜେନେକା ଟୀକା ଭାରତରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ଦ୍ୱାରା ‘କୋଭିସିଲ୍ଡ’ ନାମରେ ନିର୍ମିତ ହୋଇଥିଲା ଏବଂ ଏଠାରେ ବ୍ୟାପକ ଭାବରେ ବ୍ୟବହୃତ ବି ହୋଇଥିଲା। ତେବେ ଏହି ବିଷୟରେ ଏଯାଏ ଏସ୍ଆଇଆଇ କୌଣସି ମନ୍ତବ୍ୟ ଦେଇନାହିଁ।
Thanks to @Teensthack for this article. 🙏
I missed to tell Teena that today (May 1st) is Karunya’s birthday and she was the first wedding anniversary gift to me and my wife from the heavens. 😭
Perhaps due to editorial/space constraints few core points I gave missed to make… pic.twitter.com/bjJjHOc1aM
— Venugopalan Govindan (@gvenugopalan) May 1, 2024
୨୦୨୧ ମସିହାରେ ନିଜର ୨୦ ବର୍ଷର ଝିଅଙ୍କୁ ହରାଇଥିବା ଭେନୁଗୋପାଲାନ୍ ଗୋବିନ୍ଦନ କହିଛନ୍ତି ଯେ ଏପରି ଏକ ସ୍ବୀକାର କମ୍ପାନି ବହୁତ ବିଳମ୍ବରେ କଲା। ଏଥିପାଇଁ ଅନେକ ଜୀବନ ଚାଲିଯାଇଛି।
ଏକ ଏକ୍ସ ପୋଷ୍ଟ ଜରିଆରେ ସେ କହିଛନ୍ତି ଯେ ଏହି ଟୀକାର ପାର୍ଶ୍ବ ପ୍ରତିକ୍ରିୟା ଭାବେ ରକ୍ତ ଜମାଟ ବାନ୍ଧିବା କାରଣରୁ ଅନେକଙ୍କ ମୃତ୍ୟୁ ହେଉଥିବାରୁ ୧୫ଟି ୟୁରୋପୀୟ ଦେଶ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇ ସାରିଲେଣି। ଏବେ ସେରମ୍ ପ୍ରତିଷ୍ଠାନ ଟୀକା ଯୋଗାଣ ବନ୍ଦ କରିବା ଉଚିତ୍। ଅନେକ ଦୁଃଖୀ ପିତାମାତା ବିଭିନ୍ନ କୋର୍ଟରେ ନ୍ୟାୟ ପାଇଁ ଲଢୁଛନ୍ତି, କିନ୍ତୁ ଶୁଣାଣି ହେଉନାହିଁ।
[ad_2]