ସିବିଆଇ ଅଫିସର ହୋଇ ସାଇବର ଠକ ଡାକ୍ତରଙ୍କଠୁ ଲୁଟିଲା ୪ ଲକ୍ଷ – Kalinga News

[ad_1]
ଭୁବନେଶ୍ବର: ପୁଣି ଜଣେ ଉଚ୍ଚଶିକ୍ଷିତ ସାଇବର ଠକଙ୍କ ମାୟାଜାଲରେ ଫସିଛନ୍ତି। ସିବିଆଇ ଅଫିସର ପରିଚୟରେ ଗିରଫ କରିବାକୁ ଧମକ ଦେଇ ସାଇବର ଠକ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କଠାରୁ ୪ ଲକ୍ଷ ୧୦ ହଜାର ଟଙ୍କା ନେଇଯାଇଛି। ଠକାମିର ଶିକାର ହେବା କଥା ବିଳମ୍ବରେ ଜାଣିବା ପରେ ଡାକ୍ତର ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏକ ଘରୋଇ ହସ୍ପିଟାଲ୍ରେ କାମ କରୁଥିବା ଏହି ଡାକ୍ତରଙ୍କ ଅଭିଯୋଗ ଅନୁସାରେ ତାଙ୍କ ମୋବାଇଲ୍କୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ସେ କଲ୍ ରିସିଭ୍ କରିବା ପରେ ଫୋନ୍ କରିଥିବା ବ୍ୟକ୍ତି ଟ୍ରାଇରୁ କହୁଛି ବୋଲି କହିଥିଲା। ଡାକ୍ତରଙ୍କ ଫୋନ୍ ସହ ସଂଯୁକ୍ତ ବ୍ୟାଙ୍କ୍ ଆକାଉଣ୍ଟରେ ଅନୈତିକ ଉପାୟରେ ଅର୍ଥ କାରବାରର ଅଭିଯୋଗ ରହିଛି ବୋଲି ସେ କହିଥିଲା। ପରେପରେ ଫୋନ୍ କରିଥିବା ଅନ୍ୟ ଜଣେ ବ୍ୟକ୍ତି ସିବିଆଇ ଅଫିସର ବୋଲି କହି ଧମକ ଦେଇଥିଲା। ଡାକ୍ତରଙ୍କ ନାଁରେ କାନାରା ବ୍ୟାଙ୍କ୍ରେ ଏକ ଆକାଉଣ୍ଟ ରହିଛି ଏବଂ ସେଥିରେ ଅନୈତିକ ବାଟରେ ୬ କୋଟି ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ବୋଲି ସେ କହିଥିଲା।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକୃତରେ ଡାକ୍ତରଙ୍କର କାନାରା ବ୍ୟାଙ୍କ୍ରେ କୌଣସି ଆକାଉଣ୍ଟ ନଥିଲା। ତଥାପି ସେ ଭୟ କରିଯାଇଥିଲେ। କାରଣ ଠକ ତାଙ୍କ ମୋବାଇଲ୍କୁ ମୁମ୍ବାଇ ଅନ୍ଧେରୀ ଥାନାରେ ହୋଇଥିବା ଏକ ମାମଲାର କପି ପଠାଇଥିଲା। ଏଫ୍ଆଇଆର୍ କପିରେ ସିବିଆଇ ଲୋଗୋ ଥିବା ଦେଖି ଡାକ୍ତର ଆହୁରି ଭୟ କରିଯାଇଥିଲେ। ସେପଟୁ ଠକ ବାରମ୍ବାର କଠୋର ଦଣ୍ଡବିଧାନର ଡର ଦେଖାଉଥିଲା। ତେଣୁ ମାମଲାରୁ ମୁକୁଳିବା ପାଇଁ ଡାକ୍ତର ଥତମତ ହୋଇ ପଚାରିଥିଲେ। ଠକ ତାଙ୍କୁ ଏକ ଆକାଉଣ୍ଟ ନମ୍ବର ପଠାଇଥିଲା ଏବଂ ସେଥିରେ ୧୦ ଲକ୍ଷ ଟ୍ରାନ୍ସଫର୍ କରିବାକୁ କହିଥିଲା। କିନ୍ତୁ ତାଙ୍କ ଆକାଉଣ୍ଟରେ ମାତ୍ର ୪ ଲକ୍ଷ ୧୦ ହଜାର ଟଙ୍କା ଅଛି ବୋଲି ଡାକ୍ତର କାକୁତିମିନତି ହୋଇ କହିଥିଲେ ଏବଂ ସେତିକିରେ ମାମଲା ରଫାଦଫା କରିବାକୁ ଅନୁରୋଧ କରିଥିଲେ। ଠକ ରାଜି ହୋଇଥିଲା ଏବଂ ଡାକ୍ତର ଟଙ୍କା ଟ୍ରାନ୍ସଫର କରିଥିଲେ। ପରେ ସେ ପରିବାର ଲୋକଙ୍କୁ ଏହା ଜଣାଇଥିଲେ। ପରିବାର ଲୋକେ ସନ୍ଦେହ କରି ଉକ୍ତ ନମ୍ବରରେ ଯୋଗାଯୋଗ କଲାବେଳକୁ ତାହା ସୁଇଚ୍ ଅଫ୍ ହୋଇଯାଇଥିଲା।
[ad_2]