ରାଜନୀତି

ପ୍ରାର୍ଥିପତ୍ର ଦାଖଲ କଲେ ଅପରାଜିତା: ଭୁବନେଶ୍ବର ଲୋକସଭା କ୍ଷେତ୍ର – Kalinga News

[ad_1]

ଖୋର୍ଦ୍ଧା: ଭୁବନେଶ୍ବର ଲୋକସଭା କ୍ଷେତ୍ରର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଉପଲକ୍ଷେ ନିଜର ଶହ ଶହ ସମର୍ଥକଙ୍କ ସହିତ ସେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନାମାଙ୍କନ ପତ୍ର ଦାଖଲ ଅବସରରେ ଭୁବନେଶ୍ବରରୁ ଖୋର୍ଦ୍ଧା ଯାଇଥିବା ତାଙ୍କ ଶୋଭାଯାତ୍ରାଟି ବେଶ୍‌ ଆକର୍ଷଣୀୟ ହୋଇଥିଲା। ନାରୀଶକ୍ତିର ନିଦର୍ଶନ ରୂପେ ସେଥିରେ ଅନେକ ମହିଳା ଦୁଇଚକିଆ ଯାନ ଚଳାଇ ସାମିଲ ହୋଇଥିଲେ।

ସେମାନଙ୍କ ଭିତରୁ ଅନେକ ଓଡ଼ିଶୀ ସମେତ ଅନ୍ୟ ପାରଂପରିକ ଓଡ଼ିଆ ‌ପୋଷାକ ପିନ୍ଧି ଦେଖଣାହାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଜେପିର ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ଗଣେଶ ଜଗଦ୍ଦେବଙ୍କ ସହିତ ନିଜର ଶହ ଶହ ସମର୍ଥକଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ହୋଇଥିଲେ ଅପରାଜିତା। ତାଙ୍କ ଶୋଭାଯାତ୍ରାରେ ଆଦିବାସୀ ନୃତ୍ୟଠାରୁ ଆରମ୍ଭ କରି ମର୍ଦ୍ଦଳ ବାଜା, ଘୋଡ଼ା ନାଚ ଆଦି ପାରମ୍ପରିକ ନୃତ୍ୟ ଚର୍ଚ୍ଚିତ ହୋଇଥିଲେ। ଅପରାଜିତା ଭୁବନେଶ୍ବର ଲୋକସଭା କ୍ଷେତ୍ରର ରିଟର୍ଣ୍ଣିଂ ଅଫିସର ତଥା ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button