ଖେଳ ଖବର

ନ୍ୟୁୟର୍କରେ ପହଞ୍ଚିଲା ଭାରତୀୟ ଦଳ – Kalinga News

[ad_1]

ଅଭ୍ୟାସ ମ୍ୟାଚ୍‌ରେ ଖେଳିବେ ଅଷ୍ଟ୍ରେଲିଆ ସହାୟକ କର୍ମଚାରୀ

ନ୍ୟୁୟର୍କ: ବିଶ୍ବକପ୍‌ ପାଇଁ ପ୍ରଥମ ପର୍ଯ୍ୟାୟରେ ଯାଇଥିବା ଭାରତୀୟ ଦଳ ସୋମବାର ନ୍ୟୁୟର୍କରେ ପହଞ୍ଚିଛି। ପହଞ୍ଚିବାର କିଛି ଫଟୋକୁ ବିସିସିଆଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛି। ଭାରତୀୟ ଦଳ ଜୁନ୍‌ ୫ ତାରିଖରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ନୂତନ ଭାବେ ନିର୍ମିତ ହୋଇଥିବା ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ୯ ତାରିଖରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଖେଳିବା ପରେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଦଳ ୧୨ ତାରିଖରେ ଆମେରିକା ଓ ୧୫ ତାରିଖରେ କାନାଡ଼ା ସହିତ ଗ୍ରୁପ୍‌ ଏ’ ମ୍ୟାଚ୍‌ଗୁଡ଼ିକ ଖେଳିବ। ଭାରତ ୨୦୦୭ ଉଦ୍‌ଘାଟନୀ ସଂସ୍କରଣରେ ବିଜେତା ହେବା ପରଠୁ ଆଉ ଏହି ଫର୍ମାଟ ବିଶ୍ବକପ୍‌ ଜିତିପାରି ନାହିଁ। ‌ଏବେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଅନୁଷ୍ଠିତ ହେବାକୁ ଥବା ବିଶ୍ବକପ୍‌ ପାଇଁ ଭାରତ ପ୍ରଥମ ଦାବିଦାର ରହିଛି।

ମେଲବର୍ଣ୍ଣ: ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅଭ୍ୟାସ ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିପାରେ। ଅଷ୍ଟ୍ରେଲିଆର ‌ସମସ୍ତ ଖେଳାଳିମାନେ ତ୍ରିନିଦାଦ୍‌ରେ ପହଞ୍ଚିନାହାନ୍ତି। ଆଇପିଏଲ୍‌ ରବିବାର ଶେଷ ହୋଇଥିଲା ବେଳେ ଟ୍ରାଭିସ୍‌ ହେଡ୍‌, ପ୍ୟାଟ୍‌ କମିନ୍ସ, ମିଚେଲ ଷ୍ଟାର୍କ ଏଥି‌ରେ ଖେଳୁଥିଲେ। ତେଣୁ ସେମାନଙ୍କୁ ବିଶ୍ରାମ ଦେବା ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ ସ୍ଥିର କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳରେ ଥିବା କାମେରନ୍‌ ଗ୍ରିନ୍‌ ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ବିଶ୍ବକପ୍‌ ଦଳରେ ‌ଯୋଗଦେଇଛନ୍ତି। ତେଣୁ ଅଭ୍ୟାସ ମ୍ୟାଚ୍‌ଗୁଡ଼ିକରେ ଦଳର ସହାୟକ କର୍ମଚାରୀମାନେ କ୍ଷେତ୍ରରକ୍ଷଣ କରିବେ ବୋଲି କୁହାଯାଉଛି। ସହାୟକଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର୍‌ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ, ବ୍ରାଡ୍‌ ହଜ୍‌, ଜର୍ଜ ବେଲି, ଆନ୍ଦ୍ରେ ବୋରୋଭେକ୍‌ଙ୍କୁ କ୍ଷେତ୍ରରକ୍ଷଣ କରିବାକୁ ପଡ଼ିପାରେ। ଅଷ୍ଟ୍ରେଲିଆ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ବୁଧବାର ନାମିବ୍ୟା ଓ ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ତ୍ରିନିଦାଦ୍‌ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button