ମନୋରଞ୍ଜନ

‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୩’ର ଅଫର ଦେଇଥିଲେ କରଣ, ମନା କଲେ ଅଙ୍କିତା ! – Kalinga News

[ad_1]

ମୁମ୍ବାଇ: ‘ବିଗ୍ ବସ୍ ୧୭’ ପରଠାରୁ ଅଙ୍କିତା ଲୋଖଣ୍ଡେ ଲାଇମ୍ ଲାଇଟରେ ରହିଛନ୍ତି। ଅଙ୍କିତା ଲୋଖଣ୍ଡେ ତାଙ୍କ ସ୍ୱାମୀ ବିକି ଜୈନଙ୍କ ସହ ଏହି ରିଆଲିଟି ସୋରେ ପ୍ରବେଶ କରିଥିଲେ। ସୋ’ରେ ଦମ୍ପତିଙ୍କ ମଧ୍ୟରେ ଅନେକ ଝଗଡା ଦେଖିବାକୁ ମିଳିଥିଲା ​। ‘ବିଗ୍ ବସ୍ ୧୭’ରେ ଦୁହିଁଙ୍କ ମଧ୍ୟରେ ହେଉଥିବା ଝଗଡା ଦେଖି ପ୍ରଶଂସକମାନେ ଭାବିବାକୁ ଲାଗିଥିଲେ ଯେ, ଦମ୍ପତି ସୋ’ରୁ ବାହାରକୁ ଆସିବା ପରେ ଛାଡ଼ପତ୍ର ନେବେ, ହେଲେ ତାହା ହୋଇ ନଥିଲା।

ବିଗ୍ ବସ୍ ଶେଷ ହେବା ପରେ ଅଙ୍କିତା ଲୋଖଣ୍ଡେ ରଣଦୀପ ହୁଡ୍ଡାଙ୍କ ଦ୍ବାରା ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସ୍ବତନ୍ତ୍ର ବୀର ସାବରକର’ରେ ନଜର ଆସିଥିଲେ। ଏଥିରେ ରଣଦୀପଙ୍କ ବିପକ୍ଷରେ ନଜର ଆସିଥିଲେ ଅଙ୍କିତା। ଏବେ ଖବର ମିଳୁଛି ଯେ, ଅଙ୍କିତା ଲୋଖଣ୍ଡେଙ୍କୁ କରଣ ଜୋହରଙ୍କ ୱେବ୍ ସିରିଜ୍ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୩’ର ଅଫର ମିଳିଥିଲା। ହେଲେ ସେ ଏହାକୁ ଗ୍ରହଣ କରିନଥିଲେ। କାହିଁକି ଗ୍ରହଣ କରିନଥି‌ଲେ ତାହା ମଧ୍ୟ ସାମ୍ନାକୁ ଆସିନାହିଁ।

ଏଭଳି ଚର୍ଚ୍ଚା ମଧ୍ୟରେ ଏ‌ବେ ଅଭିନେତ୍ରୀଙ୍କ ନିକଟ ସୂତ୍ରରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଖବର ମିଛ। ଅଭିନେତ୍ରୀଙ୍କୁ କେବେବି ଏହି ୱେବ୍ ସିରିଜ ପାଇଁ ଅଫର ଦେଇନଥିଲେ କରଣ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button