ଶେହଜାଦାଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ପାକିସ୍ତାନ ବ୍ୟାକୁଳ : ମୋଦୀ – Kalinga News
[ad_1]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନିର୍ବାଚନ ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା କଟାକ୍ଷ କରିଛନ୍ତି। ରାହୁଲ ଗାନ୍ଧିଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପାକିସ୍ତାନ ‘ଶେହଜାଦା’ଙ୍କୁ ପ୍ରଧାନମନ୍ତ୍ରୀ କରିବାପାଇଁ ବ୍ୟାକୁଳ ହୋଇଯାଉଛି। ମୋଦୀ ମଧ୍ୟ କଂଗ୍ରେସ ଦଳକୁ ପାକିସ୍ତାନର ଅନୁଗାମୀ କହିଛନ୍ତି। ଗୁଜରାଟର ଆନନ୍ଦରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଏଠାରେ ମରୁଛି ଏବଂ ପାକିସ୍ତାନୀମାନେ କାନ୍ଦୁଛନ୍ତି। ପାକିସ୍ତାନ ନେତାମାନେ କଂଗ୍ରେସର ଶେହଜାଦାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କ୍ୟାବିନେଟରେ ଜଣେ ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାହୁଲଙ୍କୁ କଟାକ୍ଷ କରିଛନ୍ତି । ପୂର୍ବତନ ପାକିସ୍ତାନ ମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ୍ କରି ରାହୁଲ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରୁଥିବାର ଭିଡିଓ ଏକ୍ସରେ ସେୟାର କରିଛନ୍ତି। ‘ରାହୁଲ ଅନ୍ ଫାୟାର’ କ୍ୟାପସନ୍ ରଖି ଚୌଧୁରୀ ଫୱାଦ ଏହି ଭିଡିଓ ଟ୍ବିଟ୍ କରିଥିଲେ। କଂଗ୍ରେସକୁ ପୁଣିଥରେ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ କଂଗ୍ରେସର ୬୦ ବର୍ଷର ଶାସନ ଦେଖିଛି ଏବଂ ବିଜେପିର ୧୦ ବର୍ଷର ସେବାକାଳ ବି ଦେଖିଛି। କଂଗ୍ରେସର ୬୦ ବର୍ଷର ଶାସନରେ ୬୦ ପ୍ରତିଶତ ଗ୍ରାମୀଣ ଜନସଂଖ୍ୟାଙ୍କର ଶୌଚ୍ଚାଳୟ ସୁବିଧା ନଥିଲା। କିନ୍ତୁ ବିଜେପି ମାତ୍ର ୧୦ ବର୍ଷ ମଧ୍ୟରେ ଏହି କାମ କରିଦେଲା। ସେହିପରି କଂଗ୍ରେସ ଏସସି, ଏସଟି , ଓବିସି ଏବଂ ମୁସଲମାନଙ୍କୁ ସଂରକ୍ଷଣ ଦେବାପାଇଁ ଭାରତର ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
[ad_2]