ଖେଳ ଖବର

ଆଇପିଏଲ୍‌-୨୦୨୪: ଚେନ୍ନାଇ ବିପକ୍ଷରେ ୭ ୱିକେଟ୍‌ରେ ଜିତିଲା ପଂଜାବ – Kalinga News

[ad_1]

ଚେନ୍ନାଇ: ଆଇପିଏଲ-୨୦୨୪ର ୪୯ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍(ସିଏସକେ)କୁ ପଞ୍ଜାବ କିଙ୍ଗସ୍(ପିବିକେଏସ୍) ୭ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପଂଜାବ ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଅତିଥି ଟିମ୍‌ ୧୭.୫ ଓଭରରେ ୩ଟି ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।

ପଂଜାବ ପାଇଁ ଜନି ବେୟାରଷ୍ଟୋ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୪୬ ରନ୍‌ କରିଥିଲେ। ସେ ୩୦ଟି ବଲ୍‌ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ରିଲି ରୋସୁ ୨୩ଟି ବଲ୍‌ ଖେଳି ୫ଟି ଚୌକା ଓ ୨ଟି ଛକା ବଳରେ ୪୩ ରନ୍‌ ଯୋଡ଼ିଥିଲେ। ସେହିପରି ଶଶାଙ୍କ ସିଂହ ଓ ଅଧିନାୟକ ସାମ୍‌ କୁରେନ୍‌ ଅପରାଜିତ ରହି ଯଥାକ୍ରମେ ୨୫ ଓ ୨୬ ରନ୍‌ କରିଥିଲେ।

ଟସ୍ ଜିତି ପଞ୍ଜାବ କିଙ୍ଗସ୍ ଅଧିନାୟକ ସାମ୍ କୁରନ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥି‌ଲେ। ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକ ଋତୁରାଜ ଗାଏକ୍ବାଡ୍‌ଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରର ୭ ୱିକେଟ ହରାଇ ଚେନ୍ନାଇ ସୁପର କିଙ୍ଗସ୍ ୧୬୨ ରନ୍ କରିଥିଲା। ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଅଜିଙ୍କ୍ୟ ରାହାଣେ ୨୯ ରନ୍ କରିଥିବାବେଳେ ଋତୁରାଜ ଗାଏକ୍ବାଡ୍ ରନ୍ କରିଥିଲେ। ସେହିପରି ସମିର୍ ରିଜଭୀ ୨୧ ରନ୍, ମୋନ୍ ଅଲ୍ଲୀ ୧୫ ରନ୍ , ଏମଏସ ଧୋନି ୧୪ ରନ୍ କରିଥିଲେ।

 

 

 

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button