ଅପରାଧ

ଭାବପ୍ରବଣ ହ୍ବାଟ୍‌ସଆପ୍‌ ଷ୍ଟାଟସ୍‌ ଲେଖି ଜୀବନ ହାରିଲେ ଅଭିନେତ୍ରୀ – Kalinga News

[ad_1]

ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କର ଗତ ସପ୍ତାହରେ ମୃତ୍ୟୁ ଘଟିଥିବା ସୂଚନା ରହିଛି। ପୁଲିସ୍‌ ଦେଇଥିବା ତଥ୍ୟ ଅନୁସାରେ, ଅମୃତା ପାଣ୍ଡେଙ୍କ ମୃତଦେହ ବିହାରର ଭାଗଲପୁରରେ ଥିବା ତାଙ୍କ ବାସଭବନରୁ ଗତ ୨୭ ତାରିଖରେ ମିଳିଥିଲ‌ା। ୨୭ ବର୍ଷୀୟା ଏହି ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛ।

ପୋଲିସ କହିଛି ଯେ ସେ ମୃତ୍ୟୁ ପୂର୍ବରୁ ଏକ ହ୍ବ‌ାଟ୍‌ସଆପ୍‌ ଷ୍ଟାଟସ୍ ରଖିଥିଲେ, ଯେଉଁଥିରୁ ଜଣାପଡ଼ିଛି ଯେ ସେ ଜୀବନ ପ୍ରତି ବିତସ୍ପୃତ ହୋଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଷ୍ଟାଟସ୍‌ରେ ଲେଖାଥିଲା, ” ଜୀବନ ଦୁଇଟି ଡଙ୍ଗାରେ ଯାତ୍ରା କରୁଥିଲା, ମୁଁ ନିଜ ଡଙ୍ଗା ବୁଡ଼ାଇ ତା’ର ଯାତ୍ରା ସହଜ ଜ କରିଦେଲି।’’ ହେଲେ ପୁଲିସ୍‌ ଏପର୍ଯ୍ୟନ୍ତ କୌଣସି ସୁଇସାଇଡ୍‌ ନୋଟ୍‌ ପାଇନାହିଁ।

ଅମୃତାଙ୍କ ପରିବାର କହିଛନ୍ତି ଯେ ସେ ପରିଶ୍ରମ କରୁ ନଥିଲେ କିନ୍ତୁ କ୍ୟାରିୟର ପାଇଁ ଚିନ୍ତିତ ଥିଲେ। ଅତୀତରେ ବିଶାଦଗ୍ରସ୍ତ (ଡିପ୍ରେସନ୍‌) ପାଇଁ ମଧ୍ୟ ସେ ଚିକିତ୍ସିତ ହେଉଥିବା ପରିବାର କହିଛନ୍ତି।
ଏହି ଅଭିନେତ୍ରୀ ତାଙ୍କ ଇଞ୍ଜିନିୟର ସ୍ୱାମୀ ଚନ୍ଦ୍ରମଣି ଝଙ୍ଗଦଙ୍କ ସହ  ମୁମ୍ବାଇରେ ରହୁଥିଲେ। ସେ ଏପ୍ରିଲ ୧୮ ତାରିଖରେ ତାଙ୍କ ଭଉଣୀର ବିବାହ ଉତ୍ସବରେ ଯୋଗଦେବା ପାଇଁ ଭାଗଲପୁର ଯାଇଥିଲେ। ବିବାହ ପରେ ତାଙ୍କ ସ୍ୱାମୀ ଘରକୁ ଫେରିଥିଲେ କିନ୍ତୁ ଅମୃତା ସେଠାରେ ଥିଲେ। ସେଇଠାରେ ହିଁ କୌଣସି କାରଣରୁ ସେ ନିଜ ଜୀବନ ହାରି ଦେଇଛନ୍ତି। ଏହି ଅଭିନେତ୍ରୀ ଭୋଜପୁରୀ ସିନେମା ବ୍ୟତୀତ ହିନ୍ଦୀ ଚଳଚ୍ଚିତ୍ର, ଟିଭି ସୋ’ ଏବଂ ୱେବ୍ ସିରିଜରେ ମଧ୍ୟ ଅଭିନୟ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button